ଡାଏରୀ ଖୋଲିବ ଅପରାଧୀଙ୍କ ପେଡ଼ି...

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଡାଏରୀ ଖୋଲିବ ଅପରାଧୀଙ୍କ ପେଡି…। ଇଏ ଆର ତା’ର ଡାଏରୀ ନୁହେଁ, ଦୁର୍ଦ୍ଦାନ୍ତ ଡକାୟତ ଲିପୁ ସାହୁର ଡାଏରୀ। କେନ୍ଦ୍ରାପଡ଼ା ପୁଲିସ୍‌ ଲିପୁକୁ ଧରିଥିବା ବେଳେ ତା’ ପାଖରୁ ଗୋଟିଏ ଡାଏରୀ ଜବତ କରିଛି। ଯେଉଁଥିରେ ରହିଛି ୧୦୦୦ରୁ ଅଧିକ ନାଁ। ଯେଉଁମାନେ ଲିପୁର କଳା ସମ୍ରାଜ୍ୟର ନାୟକ ଓ ନାୟିକା ସାଜିଛନ୍ତି, ସେମାନଙ୍କ ପୂରା ତାଲିକା ଉକ୍ତ ଡାଏରୀରେ ରହିଛି। ପୁଲିସ୍‌ ବର୍ତ୍ତମାନ ସେହି ଡାଏରୀକୁ ଓଲଟାଉଛି। କାହାର କେତେବେଳେ ପାଳି […]

Kendrapara

Kendrapara

Manoranjan Sial
  • Published: Saturday, 23 April 2022
  • Updated: 23 April 2022, 04:57 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଡାଏରୀ ଖୋଲିବ ଅପରାଧୀଙ୍କ ପେଡି...। ଇଏ ଆର ତା’ର ଡାଏରୀ ନୁହେଁ, ଦୁର୍ଦ୍ଦାନ୍ତ ଡକାୟତ ଲିପୁ ସାହୁର ଡାଏରୀ। କେନ୍ଦ୍ରାପଡ଼ା ପୁଲିସ୍‌ ଲିପୁକୁ ଧରିଥିବା ବେଳେ ତା’ ପାଖରୁ ଗୋଟିଏ ଡାଏରୀ ଜବତ କରିଛି। ଯେଉଁଥିରେ ରହିଛି ୧୦୦୦ରୁ ଅଧିକ ନାଁ। ଯେଉଁମାନେ ଲିପୁର କଳା ସମ୍ରାଜ୍ୟର ନାୟକ ଓ ନାୟିକା ସାଜିଛନ୍ତି, ସେମାନଙ୍କ ପୂରା ତାଲିକା ଉକ୍ତ ଡାଏରୀରେ ରହିଛି। ପୁଲିସ୍‌ ବର୍ତ୍ତମାନ ସେହି ଡାଏରୀକୁ ଓଲଟାଉଛି। କାହାର କେତେବେଳେ ପାଳି ପଡ଼ିବ କେହି କହିପାରିବେ ନାହିଁ। ଏହାକୁ ନେଇ ଏବେ ଅପରାଧୀ ଓ ଲୁଟ୍‌ ସାମଗ୍ରୀ କିଣିଥିବା ଲୋକଙ୍କ ଭିତରେ ଛନକା ପଶିଛି।

ପୂରା ଘଟଣା ଏମିତି। ଏପ୍ରିଲ୍‌ ୮ ତାରିଖରେ ନିକିରାଇ ଥାନା ଅନ୍ତର୍ଗତ ଚାରି ଗାଁର ଭଗବତୀ ମହାରଣାଙ୍କ ପରିବାର କଟକ ଯାଇଥିଲେ। ସେହିଦିନ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁନା ଓ ରୁପା ଗହଣା ସମେତ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା।

ତା’ପର ଦିନ ଅର୍ଥାତ ଏପ୍ରିଲ୍‌ ୯ ତାରିଖ ରାତିରେ ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗାଁ ଗଣେଶ ଚନ୍ଦ୍ର ସ୍ୱାଇଁଙ୍କ ଘରୁ ଚୋରି ହୋଇଥିଲା। ୬ ଜଣ ଡ଼କାୟତ ଘରେ ପଶି ସୁନା ଗହଣା ଓ ନଗଦ ଲକ୍ଷେ ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ଡକାୟତମାନେ ଲୁଟି ପଳାଇ ଯାଇଥିବା ବେଳେ ଦୁଇ ଜଣଙ୍କ ହାତରୁ ବନ୍ଧୁକ ଖସି ପଡ଼ିଥିଲା। ସେମାନେ ବାଇକ୍‌ରୁ ଓହ୍ଲାଇ ବନ୍ଧୁକ ଉଠାଉଥିବା ବେଳେ ଗଣେଶଙ୍କ ପରିବାର ଲୋକେ ସେମାନଙ୍କୁ କାବୁ କରିନେଇଥିଲେ। ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିଲେ। ଏହା ପରେ ଦୁଇ ଡକାୟତଙ୍କୁ ପୁଲିସ୍‌କୁ ହସ୍ତାନ୍ତ କରାଯାଇଥିଲା।

ପୁଲିସ୍‌ ଦୁଇ ଡକାୟତଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା। ସେମାନଙ୍କ ମାଷ୍ଟରମାଇଣ୍ଡ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ସୁଶାନ୍ତ କୁମାର ସାହୁ ଓରଫ ଲିପୁ ବୋଲି ଜାଣିବାକୁ ପାଇଥିଲା ପୁଲିସ୍‌। ଜିଲ୍ଲାରେ ବିଭିନ୍ନ ଥାନାରେ ଲିପୁ ନାଁରେ ୫୦ରୁ ଅଧିକ ମାମଲା ରହିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ପୁଲିସ୍‌ ପ୍ରଥମେ ଲିପୁକୁ ଧରିବାକୁ ଚାହିଁଥିଲା। ସେଥିପାଇଁ ଖୋଜିବା ଆରମ୍ଭ କରିଥିଲେ।

ଲିପୁ ତାମିଲନାଡୁରେ ଥିବା ଜାଣିପାରି ପୁଲିସ ସେଠାକୁ ଯାଇଥିଲା। ତା’ପରେ ତାକୁ ସେଠାରୁ ଗିରଫ କରି ଓଡ଼ିଶା ଆଣିଥିଲା। ଲିପୁକୁ ଗିରଫ କରିବା ବେଳେ ତା’ ପାଖରୁ ପୁଲିସ୍‌କୁ ଗୋଟିଏ ଡାଏରୀ ମିଳିଥିଲା। ଯେଉଁଥିରେ ୧୦୦୦ରୁ ଅଧିକ ଲୋକଙ୍କ ନାଁ ରହିଛି। କିନ୍ତୁ ପୁଲିସ୍‌ ସେମାନଙ୍କ ନାଁ ପ୍ରକାଶ କରିନାହିଁ। ତେବେ ଲିପୁ ଗ୍ୟାଙ୍ଗରେ ସକ୍ରିୟ ଥିବା ଲୋକଙ୍କ ନାଁ ସେହ ଡାଏରୀରେ ଥିବା ଜଣାପଡ଼ିଛି। ବର୍ତ୍ତମାନ ପୁଲିସ୍‌ ସେହିମାନଙ୍କୁ ଖୋଲିବା ଆରମ୍ଭ କରିଛି।

ସେପଟେ କାକଟପୁର ଗାଁରେ ଘଟିଥିବା ଲୁଟ୍‌ ଘଟଣାରେ ପୁଲିସ୍‌ ୧୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୬ ଜଣ ଡକାୟତି ଥିବା ବେଳେ ୩ ଜଣ ସହଯୋଗୀ ଓ ୭ ଜଣ ଚୋରି ଗହଣା କିଣିଥିବା ବ୍ୟକ୍ତି ଅଛନ୍ତି। ସେହିପରି ଚାରି ଗାଁ ଚୋରି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି ବୋଲି କେନ୍ଦ୍ରାପଡା ଏସ୍‌ପି ଏମ.ସମ୍ବିତ ସମ୍ପଦ ସୂଚନା ଦେଇଛନ୍ତି।

ଗିରଫ ଡକାୟତଙ୍କଠାରୁ ପୁଲିସ ଗୋଟିଏ କାର, ମୋଟର ସାଇକେଲ, ମୋବାଇଲ ଫୋନ୍‌ ସମେତ ଦୁଇଟି ହନୁମାନ ଚିତ୍ର ମୁଦ୍ରା ଜବତ କରିଛି।  ଏହାଛଡ଼ା ୧୪୫ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା ସମେତ ୯୧ ହଜାର ୫୦୦ ଟଙ୍କା ଜବତ କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos