Advertisment

ଉଡ଼ିଗଲା ଛପର, ଉପୁଡ଼ି ପଡିଲା ଗଛ, ଭାଙ୍ଗିଗଲା ବିଦ୍ୟୁତ୍‌ ଖୁଣ୍ଟ; କେଉଁଠି ପଡିଲା ପ୍ରକୃତିର କୋପ

[vc_video link="" align="center"]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଛ’ ଘରିଆ ଅଞ୍ଚଳରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। କାଳବୈଶାଖୀ ପ୍ରଭାବରେ ହଠାତ ଘୂର୍ଣ୍ଣିଝଡ଼ ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜୋରରେ ପବନ ବୋହିବାରୁ ଅନେକ ଘରର ଛପର ଉଡି ଯାଇଛି। ଘୂର୍ଣ୍ଣିଝଡ଼ରେ ସେଠାରେ ଥିବା ଏକ ଚାଉଳ ମିଲ ଭାଙ୍ଗି ଯାଇଥିବା ଜଣାପଡିଛି। ଅନେକ ସ୍ଥାନରେ ବଡ଼ବଡ଼ ଗଛ ଭାଙ୍ଗିପଡ଼ିବାରୁ ସେହି ଅଞ୍ଚଳକୁ ଗମନାଗମନ ଠପ୍‌ ହୋଇପଡ଼ିଛି। ସେହିପରି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଜଣେ ଛାତ୍ରୀ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

author-image
Ordigital Desk