Advertisment

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ସରକାରୀ ତଥ୍ୟ ଅନୁସାରେ ଭିତରକନିକାରେ ପ୍ରବାହିତ ନଦୀ ନାଳରେ ୧୭୯୩ଟି କୁମ୍ଭୀର ଏବେ ଅଛନ୍ତି।

ଅଦ୍ୟତନ ହୋଇଛି
Crocodile

Crocodile

Advertisment

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଟି ରୁ ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ୩ମାସ ଧରି ଭିତରକନିକାକୁ ପ୍ରବେଶ ନିଷେଧ କରାଯାଇଛି l

Advertisment

ଏହି ସମୟରେ କୁମ୍ଭୀର ମାନଙ୍କ ପ୍ରଜନନ ୠତୁ ଆରମ୍ଭ ହୋଇଥାଏା ଭିତରକନିକାର ଜୁଆରିଆର ଉପର ସ୍ଥାନରେ କୁମ୍ଭୀରମାନେ ଅଣ୍ଡା ଦେଇ ଛୁଆ ଫୁଟାଇଥାନ୍ତି।  କୁମ୍ଭୀରମାନେ ଏହି ସମୟରେ ପୂର୍ବ ଅପେକ୍ଷା ଅଧିକ ହ୍ରିଂସ ହୋଇଯାଆନ୍ତି। ଏଥିପାଇଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଜୁଲାଇ ୩୧ ତାରିଖ ଯାଏ ଭିତରକନିକାକୁ ପ୍ରବେଶ ନିଷେଧ କରାଯାଇଛି।

ଭିତରକନିକାକୁ ବ୍ରାହ୍ମଣୀ ଓ ବୈତରଣୀ ନଦୀ ଲାଗି ରହିଛି।  ଏହି ଋତୁରେ କୁମ୍ଭୀରମାନେ ନଦୀର ଉପରମୁଣ୍ଡକୁ ଆସିଥାନ୍ତି। ସେଥିପାଇଁ ନଦୀକୂଳିଆ ଲୋକଙ୍କୁ ନଦୀକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ କୌଣସି କାମରେ ନଦୀକୁ ଯାଉଛନ୍ତି, ସେମାନେ ସତର୍କ ରହିବାକୁ କୁହାଯାଇଛି।  

Advertisment

ସୂଚନାଯୋଗ୍ୟ, ସରକାରୀ ତଥ୍ୟ ଅନୁସାରେ ଭିତରକନିକାରେ ପ୍ରବାହିତ ନଦୀ ନାଳରେ ଏବେ ୧୭୯୩ଟି କୁମ୍ଭୀର ଅଛନ୍ତି ।

Kendrapada Crocodile Bhitarakanika
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe