Advertisment

ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ ପଣ୍ଡ, ଗୁଳି ଫୁଟାଇ ଚମ୍ପଟ ମାରିଲେ ଲୁଟେରା

ଲୋକ ରୁଣ୍ଡ ହୋଇଯିବାରୁ ଗୁଳି ଫୁଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଲୁଟେରା।

author-image
Tapaswini Nayak
Sarala jewellery

Sarala jewellery

ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ୍‌ କରିବାକୁ ଯୋଜନା କରିଥିଲେ। ହେଲେ ଲୁଟେରାଙ୍କ ଏହି ଯୋଜନା ବିଫଳ ହୋଇଥିଲା। ଲୋକ ରୁଣ୍ଡ ହୋଇଯିବାରୁ ଗୁଳି ଫୁଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଲୁଟେରା। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଏସିଏସଟି ସ୍କୁଲ ନିକଟରେ ଥିବା ସାରଳା ଜୁଏଲାରୀରେ ଏହି ଘଟଣା ଘଟିଥିଲା।

Advertisment

ଆଜି ସକାଳ ୯ଟା ସମୟରେ ସାରଳା ଜୁଏଲାରୀର ମାଲିକ ଦୋକାନ ଖୋଲି ଝାଡ଼ା ଝଡ଼ି କରୁଥିଲେ। ଏହି ସମୟରେ ୩ ଜଣ ଲୁଟେରା କଳା ପଲସରରେ ଆସି ମାଲିକର ମୁଣ୍ଡରେ ବନ୍ଧୁକ ଲଗାଇ ସୁନାଗହଣା ଓ ପଇସା ପତ୍ର ଦେବାକୁ ଧମକାଇଥିଲେ। ଦୋକାନୀ ଜଣଙ୍କ ବଡ଼ ପାଟି କରି ଚିତ୍କାର କରିବାରୁ ପାଖ ଦୋକାନୀ ଓ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ।

ଦୁର୍ବୁତ୍ତମାନେ ଧରାପଡିଯିବା ଭୟରେ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୁନା ଦୋକାନରେ ଲାଗିଥିବା ସିସି ଟିଭିରେ ଲୁଟେରାଙ୍କ ଫଟୋ କଏଦ ହୋଇଛି। ଖବର ପାଇ ଆଳି ଥାନା ଆଇଆଇସି ଓ ପଟାମୁଣ୍ଡାଇଏସଡ଼ିପିଓ ଘଟଣାସ୍ଥଳରେ ପହଞ୍ଚି ତିନୋଟି ଖୋକା ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Loot Kendrapara