Advertisment

୩ ମାସରେ ହେବ ଡବଲ? ଏମିତି ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକିନେଲା

ଜମାକାରୀମାନେ ବାରମ୍ୱାର ବାଲିସାହି ସ୍ଥିତ ଶଶିକାନ୍ତଙ୍କ ଘରକୁ ଆସୁଥିଲେ। ହେଲେ ନିରାଶ ହୋଇ ଫେରୁଥିଲେ। ତେବେ ବୁଧବାର ସନ୍ଧ୍ୟାରେ ଆଳି, ରାଜକନିକା ଓ ରାଜନଗର ଅଞ୍ଚଳର ବହୁ ଜମାକାରୀ ଶଶିକାନ୍ତଙ୍କ ଘର ପାଖରେ ପହଞ୍ଚଇଥିଲେ।

author-image
Manoranjan Sial
Fraud

Fraud

୩ ମାସରେ ଟଙ୍କା ହେବ ଡବଲ? ଏମିତି ପୂଳା ପୂଳା ପ୍ରତିଶ୍ରୁତି ଦେଇ ଜଣେ ଠକ ୨.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛି। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ। ରାଜନେତାଙ୍କଠାରୁ ଆରମ୍ଭ କରି ଛୋଟବଡ଼ ବ୍ୟବସାୟୀଙ୍କୁ ସେ ଚୂନ ଲଗାଇଥିବା ଜଣାପଡ଼ିଛି।

Advertisment

ଆଳି ଥାନା ବାଲିସାହି ଗାଁର ଶଶିକାନ୍ତ ଗୋଚ୍ଛାୟତ ଯୁକ୍ତ ଦୁଇ ପାସ୍‌ କରିଛି। ସେ ଆରବିଆଇରେ ଚାକିରି କରୁଥିବା କହି ଗରିବ ଓ ଖଟିଖିଆଙ୍କୁ ଠକିଛି। ୩ ମାସରେ ଟଙ୍କା ଡବଲ୍‌ ହୋଇଯିବ କହି ଆଳି ବଜାର ଓ ଆଖପାଖ ଅଞ୍ଚଳର ଲୋକଙ୍କଠାରୁ ୨.୫ କୋଟି ଟଙ୍କା ଆଦାୟ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଟଙ୍କା ଫେରାଇ ନଥିଲା। ଜମାକାରୀଙ୍କୁ ଧରାଛୁଆଁ ଦେଇନଥିଲା। ଯେଉଁଥିପାଇଁ ଜମାକାରୀଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା।

ଜମାକାରୀମାନେ ବାରମ୍ୱାର ବାଲିସାହି ସ୍ଥିତ ଶଶିକାନ୍ତଙ୍କ ଘରକୁ ଆସୁଥିଲେ। ହେଲେ ନିରାଶ ହୋଇ ଫେରୁଥିଲେ। ତେବେ ବୁଧବାର ସନ୍ଧ୍ୟାରେ ଆଳି, ରାଜକନିକା ଓ ରାଜନଗର ଅଞ୍ଚଳର ବହୁ ଜମାକାରୀ ଶଶିକାନ୍ତଙ୍କ ଘର ପାଖରେ ପହଞ୍ଚଇଥିଲେ। ଦୀର୍ଘ ସମୟ ଧରି ତାଙ୍କ ଘରକୁ ଘରାଉ କରି ରଖିଥିଲେ। କିଭଳି ଟଙ୍କା ଫେରିପାଇବେ ସେ ନେଇ ବିଚାର ବିମର୍ଷ କରିଥିଲେ। କିନ୍ତୁ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।

Advertisment

ମିଳିଥିବା ସୂଚନା ଅନୁସାରେ ଶଶିକାନ୍ତ ପାନ ଦୋକାନୀଠାରୁ ଆରମ୍ଭ କରି ବ୍ୟବସାୟୀ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ନିଜ ଜାଲରେ ପକାଇ ଠକିଥିଲା। ଏବେ ଶଶିକାନ୍ତ ଗୋଚ୍ଛାୟତ ଫେରାର ରହିଛି। ପରିବାର ଲୋକ କିନ୍ତୁ ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି।

ରିପୋର୍ଟ-ଆଳିରୁ ବଳମାଳୀ ସାହୁ

Kendrapara