Advertisment

ଓଲଟିଲା ଶ୍ରମିକ ବୋଝେଇ ବସ୍‌, ୨୦ ଗୁରୁତର

୪୦ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି।

ଅଦ୍ୟତନ ହୋଇଛି
 Bus Accident In Ganja pf Auli

Bus Accident In Ganja pf Auli

Advertisment

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୪୦ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି।

Advertisment

ବସ୍‌ଟି ସବୁଦିନ ପରି ଚାନ୍ଦବାଲିରୁ ୪୦ଜଣ ଲେବରଙ୍କୁ ନେଇ ଆଳିର ନରେନ୍ଦ୍ରପୁର ଗାଁକୁ ଯାଉଥିଲା । ସବୁଦିନ ବସ୍‌ ଚଲାଉଥିବା ଡ୍ରାଇଭର ଆଜି ଉପସ୍ଥିତ ନ ଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଗାଡ଼ି ଚଳାଉଥିଲେ। ବସ୍‌ଟି କିଛି ଦୂର ଯିବା ପରେ କଟକ-ଚାନ୍ଦବାଲି ରାସ୍ତାର ଗଞ୍ଜା ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଏହାପରେ ଘଟଣାସ୍ଥଳରୁ ଡ୍ରାଇଭରଜଣକ ଫେରାର ହୋଇ ଯାଇଛନ୍ତି।

ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୁଲିସ୍‌କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ୨୦ ଗୁରୁତରଙ୍କୁ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ବସ୍‌ରେ ଥିବା ସମସ୍ତ ଶ୍ରମିକଙ୍କ ଘର ବିହାର ଓ ୟୁପି ଅଞ୍ଚଳରେ ବୋଲି ଜଣାପଡିଛି।

Advertisment

ନରେନ୍ଦ୍ରପୁରରେ ଏକ ମେଗା ୱାଟର ସପ୍ଲାଏ ପ୍ରୋଜେକ୍ଟର ପାଇପ ବିଛା କାମ ଚାଲିଛି। ଏଥିରେ ବାହାର ରାଜ୍ୟର ଲୋକଙ୍କ ସମେତ ଶତାଧିକ ଶ୍ରମିକ ନିୟୋଜିତ ଅଛନ୍ତି। ଏହି ଶ୍ରମିକମାନେ ଚାନ୍ଦବାଲିରେ ରହୁଥିବା ବେଳେ ସବୁଦିନ ସକାଳେ ବସ୍‌ ଯୋଗେ ନରେନ୍ଦ୍ରପୁର ଯାଇଥାନ୍ତି। ମାତ୍ର ଆଜି ସକାଳୁ ଦୁର୍ଘଟଣା ଘଟିଛି। 

 ସୂଚନାଯୋଗ୍ୟ, ପ୍ରାୟ ୨୦ ଦିନ ତଳେ ‘ନାୟକ’ ନାମକ ବସ୍‌ ଆଳିର ଛପୁଲିଆ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe