Advertisment

ନବମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଲା, ମଥାରେ ସିନ୍ଦୂର ଦେଇ ଦୁଷ୍କର୍ମ କଲା!

ପାଟି କରିବାରୁ କନାରେ ମୁହଁ ଓ ଆଖିକୁ ବନ୍ଦ କରିଦେଇଥିଲା। କିଛି ସମୟରେ ପଦ୍ମ ନିଜକୁ ଏକ ବନ୍ଦ ଘରେ ପାଇଥିଲେ। ଏହା ପରେ ଅଭିଯୁକ୍ତ ଯୁବକ ଜବରଦସ୍ତ ତାଙ୍କ ମଥାରେ ସିନ୍ଦୂର ଦେଇ ଦେଇଥିଲେ।

author-image
Manoranjan Sial
Kendrapara

Kendrapara

ନବମ ଶ୍ରେଣୀ ଛାତ୍ରୀଙ୍କୁ ରାସ୍ତାରୁ ଉଠାଇ ନେଲା। ପରେ ତାଙ୍କ ମଥାରେ ସିନ୍ଦୂର ଦେଇ ଦୁଷ୍କର୍ମ କରିଥିଲା। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି। ପୀଡ଼ିତା ଏନେଇ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ଜମ୍ୱୁ ସାମୁଦ୍ରିକ ଥାନା ପୁଲିସ୍‌ଠାରୁ ନ୍ୟାୟ ନପାଇ ପୀଡ଼ିତା ଆଜି କେନ୍ଦ୍ରାପଡ଼ା ଏସ୍‌ପିଓଙ୍କ ପାଖରେ ଗୁହାରୀ କରିଛନ୍ତି।

Advertisment

ନବମ ଶ୍ରେଣୀରେ ପଢ଼ୁଥିବା ପଦ୍ମ(ଛଦ୍ମନାମ) ଗତ ୩୧ ତାରିଖରେ ବ୍ୟାଙ୍କ ଯାଇଥିଲେ। ମାତ୍ର ସେ ଦିନ ବ୍ୟାଙ୍କରେ ମ୍ୟାନେଜର ଆସିନଥିଲେ। ତେଣୁ ସେ ଚାଲି ଚାଲି ମାମୁ ଘରକୁ ଯାଉଥିଲେ। ତେବେ ଅଧା ବାଟରେ ତାଙ୍କ ପାଖରେ ଗୋଟିଏ କାର୍‌ ଆସି ଅଟକିଲା। କାର୍‌ ଭିତରେ ବସିଥିବା ଜଣେ ଯୁବକ ତାଙ୍କୁ ଜବରଦସ୍ତି ଉଠାଇ ନେଇଥିଲା। ପାଟି କରିବାରୁ କନାରେ ମୁହଁ ଓ ଆଖିକୁ ବନ୍ଦ କରିଦେଇଥିଲା। କିଛି ସମୟରେ ପଦ୍ମ ନିଜକୁ ଏକ ବନ୍ଦ ଘରେ ପାଇଥିଲେ। ଏହା ପରେ ଅଭିଯୁକ୍ତ ଯୁବକ ଜବରଦସ୍ତ ତାଙ୍କ ମଥାରେ ସିନ୍ଦୂର ଦେଇ ଦେଇଥିଲେ। ସେହି ରାତିରେ ତାଙ୍କୁ ଜବଦସ୍ତି ବଳାତ୍କାର କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ତା’ପର ଦିନ ପଦ୍ମଙ୍କୁ ଅଭିଯୁକ୍ତ ଯୁବକ ତାଙ୍କ ପିଉସୀଙ୍କ ଘରକୁ ନେଇଯାଇଥିଲା। ସେଠାରେ ଗୋଟିଏ ଦିନ ରଖିଥିଲା। ସେଠାରେ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲା। ତା’ପର ଦିନ ସେ ତାଙ୍କୁ ମାଉସୀ ଘରକୁ ନେଇଯାଇଥିଲା ଅଭିଯୁକ୍ତ। ସେଠାରେ ୫ଦିନ ରହିଥିଲି। ପରେ ତାଙ୍କୁ ଆଣି ଅଧା ରାସ୍ତାରେ ଛାଡ଼ି ଚାଲିଗଲା। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

Advertisment

ପୀଡ଼ିତା ଏନେଇ ଜମ୍ୱୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ସାମୁଦ୍ରିକ ଥାନା ପୁଲିସ୍‌ ଠାରୁ ନିରାଶ ହୋଇ ପୀଡ଼ିତା ଏବେ କେନ୍ଦ୍ରାପଡ଼ା ଏସ୍‌ଡିପିଓଙ୍କ ଦ୍ୱାରସ୍ଥ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନ୍ୟାୟ ନପାଇଲେ ଆତ୍ମହତ୍ୟା କରିବେ ବୋଲି ପୀଡ଼ିତା ଚେତାବନୀ ଦେଇଛନ୍ତି।

Rape Minor Raped Kendrapara