Advertisment

ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍, ଭିତରେ ଥିଲେ ୪ ଜଣ

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା ଅନ୍ତର୍ଗତ ଓସ୍ତପୁର୍-ଗୋପେଇପଣସୁଆପଡ଼ା ରାସ୍ତାର ବନ୍ଧୁମୁଣ୍ଡା ଠାରେ ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Car

Car

ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍। ଭିତରେ ଥିଲେ ୪ ଜଣ। ତେବେ କୌଣସି ମତେ କାର୍‌ ରୋକି ୪ ଜଣ କାର୍‌ରୁ ଓହ୍ଲାଇ ଯିବାରୁ ସେମାନଙ୍କ ଜୀବନ ରକ୍ଷା ପାଇ ଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା ଅନ୍ତର୍ଗତ ଓସ୍ତପୁର୍-ଗୋପେଇପଣସୁଆପଡ଼ା ରାସ୍ତାର ବନ୍ଧୁମୁଣ୍ଡା ଠାରେ ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି।

Advertisment

ତିର୍ତ୍ତୋଲରୁ ଏହି ସ୍ୱିପ୍ଟ କାର ଯୋଗେ ୪ ଜଣ ନଡିଆ ବରେଇ ଗାଁକୁ ଭୋଜି ଖାଇବା ପାଇଁ ଯାଉଥିଲେ। ତେବେ ହଠାତ୍ ରାସ୍ତା ମଝିରେ ଗାଡି ଇଞ୍ଜିନରେ ନିଆଁ ଲାଗି ବ୍ୟାପୀ ଯିବାରୁ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ। ତେବେ ସୌଭାଗ୍ୟକୁ କାର୍‌ ବ୍ରେକ୍ ମାରି ସମସ୍ତେ କାର୍‌ରୁ ସୁରକ୍ଷିତ ଓହ୍ଲାଇ ଯିବାରେ ସକ୍ଷମ ହୋଇଥିଲେ। ପରେ ଏହି କାର୍‌ ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ କାବୁ କରିଥିଲା। ହେଲେ ସେତେବେଳକୁ ଏହି କାର୍‌ ପୋଡ଼ି ପାଉଁଶ ହୋଇସାରିଥିଲା।

Advertisment
Car Accident