Advertisment

୩ ବର୍ଷ ବିତିଲାଣି, କେବେ ସରିବ ବ୍ରାହ୍ମଣୀ ଉପରେ ନିର୍ମିତ ବିଜୁ ସେତୁ?

ବିଜୁ ସେତୁ ନିର୍ମାଣ ପାଇଁ ଶରତ କୁମାର ରାଉତ ନାମକ ଜଣେ ଠିକାଦାର ଟେଣ୍ଡର ନେଇଥିଲେ। ସେତୁ ନିର୍ମାଣ କାର୍ଯ୍ୟ ୨୦୧୯ ମସିହା ଜୁନ୍‌ ୨୫ ତାରିଖରେ ଆରମ୍ଭ ହୋଇଥିଲା। ୨୦୨୦ ମସିହା ଡିସେମ୍ୱର ୨୪ ତାରିଖରେ ବ୍ରିଜ୍‌ କାମ ସରିବାର ଥିଲା।

Biju Setu

Biju Setu

Advertisment

ତିନି ବର୍ଷ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ସରୁନି ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେଉଥିବା ବିଜୁ ସେତୁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଯେଉଁ କେତୋଟି କଂକ୍ରିଟ୍‌ ପିଲର ନିର୍ମାଣ ହୋଇଛି, ଭାଙ୍ଗିବା ଆରମ୍ଭ କଲଣି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି।

Advertisment

ବ୍ରହ୍ମଣୀ ନଦୀର ଆର ପାଖରେ ଅଢ଼େଇକଣା, କଟକଣା, ଗଭାଡିଆ, ନଳଦିଆ ଆଦି ବହୁ ଗାଁ ରହିଛି। ଏହି ସବୁ ଗାଁକୁ ଯିବା ଆସିବା କରିବା ପାଇଁ ଲୋକମାନେ ବହୁ ଅସୁବିଧାରେ ପଡ଼ୁଥିଲେ। ଏନେଇ ଗାଁ ଲୋକେ ବାରମ୍ୱାର ଅଭିଯୋଗ କରିବା ପରେ ବ୍ରାହ୍ମଣୀ ଉପରେ ବିଜୁ ସେତୁ ନିର୍ମାଣ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୫,୬୫,୪୭,୨୩୫ ଟଙ୍କା ମଞ୍ଜୁର ହୋଇଥିଲା।

Biju Setuବିଜୁ ସେତୁର ଫଳକ

ବିଜୁ ସେତୁ ନିର୍ମାଣ ପାଇଁ ଶରତ କୁମାର ରାଉତ ନାମକ ଜଣେ ଠିକାଦାର ଟେଣ୍ଡର ନେଇଥିଲେ। ସେତୁ ନିର୍ମାଣ କାର୍ଯ୍ୟ ୨୦୧୯ ମସିହା ଜୁନ୍‌ ୨୫ ତାରିଖରେ ଆରମ୍ଭ ହୋଇଥିଲା। ୨୦୨୦ ମସିହା ଡିସେମ୍ୱର ୨୪ ତାରିଖରେ ବ୍ରିଜ୍‌ କାମ ସରିବାର ଥିଲା। ଅର୍ଥାତ ନୂଆବର୍ଷ(୨୦୨୧)ରେ ଲୋକମାନେ ନୂଆ ବ୍ରିଜ୍‌ରେ ଯିବା ଆସିବା କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ।

Advertisment

ହେଲେ ଗାଁ ଲୋକଙ୍କ ସବୁ ଓ ଭରସା ପାଣିରେ ମିଳେଇ ଯାଇଛି। କାରଣ ଏହା ଭିତରେ ୨୦୨୦, ୨୦୨୧ ଓ ୨୦୨୨ ମସିହା ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ବ୍ରହ୍ମଣୀ ନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ କାମ ସରୁନାହିଁ। କେବଳ କେଇଟା କଂକ୍ରିଟ୍‌ ପିଲର ଛଡ଼ା ଠକା ସଂସ୍ଥା ଆଉ କିଛି ନିର୍ମାଣ ନାହିଁ। ଯେଉଁ ପିଲର ନିର୍ମାଣ ହୋଇଛି, ତାହା ପୁଣି ନିମ୍ନମାନର! ବ୍ରିଜ୍‌ ନିର୍ମାଣ କାମ ସରିବା ପୂର୍ବରୁ ପିଲର ଭୁଷୁଡି ପଡ଼ିବ ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।

ବ୍ରିଜ୍‌ କାମ ସରୁନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟବାସିନ୍ଦା ପ୍ରଶାନ୍ତ କୁମାର ଶର୍ମା କହିଛନ୍ତି, ୨୦୧୯ ମସିହାରେ ବ୍ରିଜ୍‌ କାମ ଆରମ୍ଭ ହୋଇଥିଲା। ବର୍ଷେ ଭିତରେ ବ୍ରିଜ୍‌ ନିର୍ମାଣ କାମ ସରିବା କଥା। କିନ୍ତୁ ଏହା ଭିତରେ ୨୦୨୩ ମସିହା ହୋଇଗଲାଣି। ହେଲେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୨୦ ପ୍ରତିଶତ ହୋଇନାହିଁ। ଠିକା ସଂସ୍ଥା ଠିକ୍‌ରେ କାମ କରୁନାହିଁ। ଏହି ବ୍ରିଜ୍‌ ହୋଇଗଲେ ଆଳି ଓ ରାଜନଗର ବ୍ଲକ ମଧ୍ୟରେ ଦୂରତା କମି ଯାଇଥାଆନ୍ତା ବୋଲି ଶ୍ରୀ ଶର୍ମା କହିଛନ୍ତି।

ସ୍ଥାନୀୟବାସିନ୍ଦା ପ୍ରଫୁଲ କୁମାର ପାତ୍ର କହିଛନ୍ତି, ଶିଥିଳ ଗତିରେ ଠିକାଦାର କାମ କରୁଛି। କେବେ ସରିବ ଜଣାପଡ଼ୁ ନାହିଁ। ଯେଉଁ କାମ ହୋଇଛି, ତାହା ନିମ୍ନମାନର ବୋଲି ଶ୍ରୀ ପାତ୍ର କହିଛନ୍ତି।

ରିପୋର୍ଟ-ଆଳିରୁ ବନମାଳୀ ସାହୁ/ ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

BjD Kendrapada Biju Setu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe