Advertisment

ଜେଜେମା କୋଳରେ ଚିର ନିଦ୍ରାରେ ଶୋଇଛି ନାତୁଣୀ; ମାରିଦେଲା ମାଆ!

ନାତୁଣୀର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ଜେଜେ ବାପା ଅଶୋକ ମହାନ୍ତି ଓ ଜେଜେ ମାଆ ବାସନ୍ତୀ ମହାନ୍ତି। ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନାତୁଣୀକୁ ବୋହୂ ମାରିଦେଇଥିବା ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Ali

Ali

Advertisment

ଆଉ ଉଠିବ ନାହିଁ। ଚିର ନିଦ୍ରାରେ ଜେଜେମା କୋଳରେ ଶୋଇଛି ନାତୁଣୀ। ମାଆ ମାରି ଦେଇଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ ଆସିଛି। ଜେଜେବାପା ଓ ଜେଜେମାଆ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଆଳି ଥାନା ଅନ୍ତର୍ଗତ ପଦନିପାଳ ଗାଁର ଅଶୋକ ମହାନ୍ତିଙ୍କ ବୋହୂ ହେଉଛନ୍ତି ରଶ୍ମିତା ମହାନ୍ତି। ସବୁ ଦିନ ପରି ସୋମବାର ରାତିରେ ଖାଇ ପିଇ ରଶ୍ମିତା ଶୋଇଥିଲେ। ଆଉ ତାଙ୍କ ପାଖରେ ଦେଢ଼ ବର୍ଷର ଝିଅ ଓ ତିନି ବର୍ଷର ପୁଅ ଶୋଇଥିଲେ। ଆଜି ସକାଳେ ସମସ୍ତେ ବିଛଡ଼ା ଛାଡ଼ି ଥିଲେ। ହେଲେ ଦେଢ଼ ବର୍ଷର ଝିଅ ବିଛଣାରୁ ଉଠିନଥିଲେ। ତାଙ୍କ ନାକରୁ ରକ୍ତ ବୋହି ଯାଇଥିବା ଦେଖିବାକୁ ପାଇଥିଲେ ଜେଜେ ମାଆ ବାସନ୍ତୀ। ନାତୁଣୀର ଏ ଅବସ୍ଥା ଦେଖି କାଳବିଳମ୍ୱ ନକରି କୋଳରେ ଧରି କାଣ୍ଡିଆହାଟ ଡାକ୍ତରଖାନାକୁ ଧାଇଁ ଯାଇଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।

ନାତୁଣୀର ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ଜେଜେ ବାପା ଅଶୋକ ମହାନ୍ତି ଓ ଜେଜେ ମାଆ ବାସନ୍ତୀ ମହାନ୍ତି। ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନାତୁଣୀକୁ ବୋହୂ ମାରିଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଶିଶୁକନ୍ୟାର ମାଆ ରଶ୍ମିତା ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ରିପୋର୍ଟ- ଆଳିରୁ ବନମାଳୀ ସାହୁ

Murder Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe