Advertisment

୪ ଯାତ୍ରୀଙ୍କୁ ନୂଆ ଜୀବନ ଦେଇ କାଲି ବୁଡ଼ିଯାଇଥିଲେ ନାଉରିଆ, ଆଜି ମିଳିଲା ମୃତଦେହ

ଗତକାଲି ସୁଦର୍ଶନ ୩୦ ଜଣ ଯାତ୍ରୀଙ୍କୁ ଧରି  ଡଙ୍ଗାରେ ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲେ।

ଅଦ୍ୟତନ ହୋଇଛି
Boat

Boat

Advertisment

ନାଉରିଆ ବେଉସାରୁ ବର୍ଷ ବର୍ଷ ଧରି ପରିବାରର ପେଟ ପୋଷୁଥିଲେ। ତେଣୁ ରାତି ପାହିଲେ ଅକାତ କାତ ପାଣିରେ ଆହୁଲା ମାରି ଯାତ୍ରୀଙ୍କୁ ନଦୀ ପାର କରିଥାନ୍ତି। ସବୁ ଦିନ ପରି ଗତକାଲି ବି ସଅଳ ଉଠି ଚାଲି ଯାଇଥିଲେ ନଦୀକୁ । ଭାବିଥିଲେ ଦୁଇ ପଇସା ଧରି ଘରକୁ ଫେରିବେ। ମାତ୍ର ସବୁ ଗଣନା ଭୁଲ୍‌ ହୋଇଗଲା। ଯାତ୍ରୀଙ୍କୁ ଧରି ଡଙ୍ଗାଟି ଆଗକୁ ବଢ଼ୁଥିବା ବେଳେ ହଠାତ୍‌ ମଝି ନଦୀରେ ଟଳମଳ ହୋଇ ତାହା ଓଲଟି ପଡ଼ିଲା। ଆଖି ଆଗରେ ୩୦ ଯାତ୍ରୀଙ୍କୁ ଭାସୁଥିବା ଦେଖି ସମ୍ଭାଳି ପାରିଲେନି। ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ୪ଜଣଙ୍କୁ ଉଛୁଳା ନଈରୁ ଟାଣି ଆଣି ନୂଆ ଜୀବନ ଦେଲେ। ହେଲେ ଏହା ମଧ୍ୟରେ ହାଲିଆ ହୋଇ ଯାଇଥିବା ନାଉରିଆ ଜଣଙ୍କ ନିଜେ କୂଳକୁ ଆସି ପାରି ନ ଥିଲେ। ରାତି ପାହିଲେ ଯେଉଁ ନଦୀକୁ ଭରସା କରି ସେ ଜୀବନ ଗାଡ଼ି ଗଡ଼ାଇ ଚାଲିଥିଲେ, ସେହି ନଦୀରେ ହିଁ ବୁଡ଼ି ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଗତକାଲିଠୁ ବୁଡ଼ିଥିବା ନାଉରିଆଙ୍କର ଆଜି ମୃତଦେହ ଉଦ୍ଧାର ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ । ମୃତ ନାଉରିଆ ଜଣଙ୍କ ହେଲେ ସୁଦର୍ଶନ ସ୍ୱାଇଁ ।

Advertisment

ଗତକାଲି ସୁଦର୍ଶନ ୩୦ ଜଣ ଯାତ୍ରୀଙ୍କୁ ଧରି  ଡଙ୍ଗାରେ ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲେ। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଯାତ୍ରୀମାନେ ନଦୀରେ ଖସି ପଡ଼ିଥିଲେ। ଗ୍ରାମବାସୀ ଓ ନାଉରୀ ସୁଦର୍ଶନ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ ୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ପରେ ନାଉରୀ ସୁଦର୍ଶନ ସ୍ୱାଇଁ ନିଜେ ନିଖୋଜ ହୋଇଯାଇଥିଲେ। ସେହିପରି ନାବାଳକ ଦେବେନ୍ଦ୍ର ବେହେରା ମଧ୍ୟ ନିଖୋଜ ହୋଇଯାଇଥିଲେ।

ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଟିମ୍ ଖୋଜାଖୋଜି କରିବାର ୨ ଘଣ୍ଟା ପରେ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ନାଉରୀ ସୁଦର୍ଶନ ସ୍ୱାଇଁଙ୍କ ପତ୍ତା ମିଳି ନଥିଲା। ଆଜି ସକାଳେ ସୁଦର୍ଶନଙ୍କ ମୃତଦେହ ବ୍ରାହ୍ମଣୀନଦୀରୁ ଉଦ୍ଧାର କରାଯାଇଛି।

Advertisment
Kendrapada Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe