Advertisment

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ନାବାଳକ ମୃତ; ମିଳିନି ନାଉରୀଙ୍କ ପତ୍ତା

୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ପରେ ନାଉରୀ ନିଖୋଜ ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Boat

Boat

Advertisment

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଯୋଗୁ ନିଖୋଜ ଥିବା ନାବାଳକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ୨ଘଣ୍ଟା ଧରି ଖୋଜିଖୋଜି କରିବା ପରେ ନିଖୋଜ ନାବାଳକଙ୍କ ମୃତଦେହକୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ ନାବାଳକ ଜଣଙ୍କ ହେଲେ ଦେବେନ୍ଦ୍ର ବେହେରା। ଅନ୍ୟପକ୍ଷରେ ଡଙ୍ଗାର ନାଉରୀ ସୁଦର୍ଶନ ସ୍ଵାଇଁ ନିଖୋଜ ଅଛନ୍ତି।  

Advertisment

ଆଜି ସକାଳେ ୩୦ ଜଣ ଯାତ୍ରୀଙ୍କୁ ଧରି ଏକ ଡଙ୍ଗା ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲା। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଯାତ୍ରୀମାନେ ନଦୀରେ ଖସି ପଡ଼ିଥିଲେ।

ଗ୍ରାମବାସୀ ଓ ନାଉରୀ ସୁଦର୍ଶନ ସ୍ୱାଇଁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ ୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ପରେ ନାଉରୀ ସୁଦର୍ଶନ ସ୍ୱାଇଁ ନିଜେ ନିଖୋଜ ହୋଇଯାଇଥିଲେ। ସେହିପରି ନାବାଳକ ଦେବେନ୍ଦ୍ର ବେହେରା ମଧ୍ୟ ନିଖୋଜ ହୋଇଯାଇଥିଲେ।

Advertisment

ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଟିମ୍ ଖୋଜାଖୋଜି କରିବାର ୨ ଘଣ୍ଟା ପରେ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ନାଉରୀ ସୁଦର୍ଶନ ସ୍ୱାଇଁଙ୍କ ପତ୍ତା ମିଳିନାହିଁ।

ସୂଚନାଯୋଗ୍ୟ, ଏକମାଣିଆ ପଞ୍ଚାୟତ ପାଣି ଘେରରେ ଥିବାବେଳେ ଏଠାକାର ବାସିନ୍ଦା ବାହାରକୁ ଯିବା ନିମନ୍ତେ ସବୁଦିନେ ଡଙ୍ଗା ଉପରେ ନିର୍ଭର କରିଥାନ୍ତି। ଫଳରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ତହସିଲଦାର କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

Kendrapada Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe