Advertisment

ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ଗତ ମାସେ ମଧ୍ୟରେ କେନ୍ଦ୍ରାପଡ଼ାରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର।

author-image
Tapaswini Nayak
crocodile

crocodile

ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ଆଜି ଭୋରୁ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ଶୌଚ ହେବା ସମୟରେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ନଦୀ ତୁଠରେ ତାଙ୍କ ଜୋତା ପଡ଼ିଛି।

Advertisment

ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନାହିଁ।  ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ବୃଦ୍ଧଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।

 ସୂଚନାଯୋଗ୍ୟ, ଗତ ମାସେ ମଧ୍ୟରେ କେନ୍ଦ୍ରାପଡ଼ାରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର। ରଜ ବେଳେ ମାଆ ଆଗରେ ନାବାଳକକୁ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର। ସେହିଭଳି ଗତ ୨୨ ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ ଟାଣି ନେଇଥିଲା। ଆଜି ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେବା ପରେ ଅଂଚଳରେ ଆତଙ୍କ ଖେଳିଯାଇଛି। ହେଲେ ବାରମ୍ବାର ବାରମ୍ବାର ଏପରି ଘଟଣା ଘଟୁଥିବା ସତ୍ତ୍ୱେ ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ନାହିଁ। ଏହାସହ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
Kendrapada