Advertisment

ପରୀକ୍ଷା ଦେଇ ଫେରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

ଆଜି ସକାଳେ ସୁମିନି ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ଦେଇ ସାରି ବାହାରୁଥିଲେ। ଏହି ସମୟରେ ପରୀକ୍ଷା କେନ୍ଦ୍ର ବାହାରେ ୩ଜଣ ଦୁର୍ବୃତ୍ତ ଏକ କାର୍‌ ଧରି ଗେଟ୍‌ ବାହାରେ ଠିଆ ହୋଇଥିଲେ।

ଅଦ୍ୟତନ ହୋଇଛି
Medical

Medical

Advertisment

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିବାକୁ ଉଦ୍ୟମ କଲା ବେଳେ ଖସି ପଳାଇ ଆସିଲେ ଛାତ୍ରୀ। ଦୁର୍ବୃତ୍ତଙ୍କ ବ୍ଲେଡ୍‌ ମାଡ଼ରେ ଛାତ୍ରୀ ଜଣଙ୍କ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ଆହତ ଛାତ୍ରୀ ଜଣଙ୍କ ହେଲେ ସୁମିନି ସେଠି। ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସୁମିନି ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢ଼ୁଛନ୍ତି।

Advertisment

ଆଜି ସକାଳେ ସୁମିନି ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ଦେଇ ସାରି ବାହାରୁଥିଲେ। ଏହି ସମୟରେ ପରୀକ୍ଷା କେନ୍ଦ୍ର ବାହାରେ ୩ଜଣ ଦୁର୍ବୃତ୍ତ ଏକ କାର୍‌ ଧରି  ଠିଆ ହୋଇଥିଲେ। ସୁମିନି ପରୀକ୍ଷା କେନ୍ଦ୍ରରୁ ବାହାରିବା କ୍ଷଣି ୩ଜଣ ଦୁର୍ବୃତ୍ତ ତାଙ୍କୁ ଟାଣି ନେଇ ଗାଡ଼ି ଭିତରେ ପୂରାଇ ଦେଇ ଗାଡ଼ିରେ ନେଇ ପଳାଇଥିଲେ। କିଛି ବାଟ ଗଲା ପରେ  ସୁମିନି  ଗାଡ଼ିର କାଚ ଭାଙ୍ଗି ଗେଟ୍ ଖୋଲି ବାହାରକୁ ପଳାଇ ଆସିଥିଲେ। ପରେ ଦୁର୍ବୃତ୍ତମାନେ ଗାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୁମିନି କିଛି ବାଟ ଗଲା ପରେ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ଦୁର୍ବୃତ୍ତମାନେ ସୁମିନିଙ୍କ ବେକ ଓ ହାତକୁ ବ୍ଲେଡରେ କାଟି ଦେଇଥିଲେ। ସ୍ଥାନୀୟ ଲୋକ ସୁମିନିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାସହ ସୁମିନିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ସୁମିନିଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ସୁମିନିଙ୍କ ଅପହରଣ ନେଇ ପରିବାର ଲୋକଙ୍କର କିଛି ପ୍ରତିକ୍ରିୟା ମିଳିନାହିଁ।

Advertisment
Kendrapada Kidnapping Cases
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe