Advertisment

ଦୁଇଗୋଷ୍ଠୀ ଭିତରେ ଟେକାପଥର ମାଡ଼

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗାଁରେ ସରପଞ୍ଚଙ୍କ ସମର୍ଥକ ଓ ପୂର୍ବତନ ଜିଲାପରିଷଦ ସଭ୍ୟଙ୍କ ସମର୍ଥକ ଭିତରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି।

ଅଦ୍ୟତନ ହୋଇଛି
Group Clash

Group Clash

Advertisment

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗାଁରେ ସରପଞ୍ଚଙ୍କ ସମର୍ଥକ ଓ ପୂର୍ବତନ ଜିଲାପରିଷଦ ସଭ୍ୟଙ୍କ ସମର୍ଥକ ଭିତରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଆଜି ସନ୍ଧ୍ୟାରେ ଉଭୟଙ୍କ ପକ୍ଷରୁ ଢେଲାପଥର ମାଡ଼ ହୋଇଛି। ଏହାକୁ ନେଇ ଉଭୟ ଜୁଆଣିଆ ଓ ଗୋବିନ୍ଦପୁର ପଂଚାୟତରେ ଉତ୍ତେଜନା ଲାଗିରହିଛି। ତେବେ ଏହି ଘଟଣାରେ କେତେଜଣ ଆହତ ହୋଇଛନ୍ତି, ସେନେଇ ସୂଚନା ମିଳିନି।

Advertisment

ତେବେ ପରିସ୍ଥିତିକୁ ନଜରେ ରଖି ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। କେନ୍ଦ୍ରାପଡ଼ା ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ଜୁଆଣିଆ ସରପଞ୍ଚ ସୁବ୍ରତ ନାୟକ କହିଛନ୍ତି, ୩ ଦିନ ତଳେ ଗୋଟିଏ ବାଇକ୍‌ ପୋଡ଼ିକୁ ନେଇ ପ୍ରଥମେ ବିବାଦ ଦେଖାଦେଇଥିଲା। ଏନେଇ ଥାନାରେ ଏତଲା ସତ୍ତ୍ୱେ ପୁଲିସ ପଦକ୍ଷେପ ନେଲାନି। ଅଭିଯୁକ୍ତମାନଙ୍କୁ ପୁଲିସ ଛାଡ଼ି ଦେଇଛି। ଗତକାଲି ରାତିରେ ଅପରଗୋଷ୍ଠୀ ଜୁଆଣିଆ ଅଞ୍ଚଳରେ ଆତଙ୍କରାଜ ଖେଳାଇଥିଲେ। ଆଜି ସକାଳେ ତାଙ୍କର ଜଣେ ସମର୍ଥକଙ୍କୁ ଗାଡ଼ି ପୋଡ଼ିଥିବା ଗୋଷ୍ଠୀ ମାଡ଼ ମାରିଥିଲେ। ଏନେଇ ପୁଲିସକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଗଲାନି। ରାସ୍ତାରେ ଯିବା ବେଳେ ଅପରଗୋଷ୍ଠୀ ଲୋକ ଆକ୍ରମଣ ଓ ଧମକଚମକ ଦେଉଛନ୍ତି। ଆଜି ଅପରାହ୍ନରେ ଅପରଗୋଷ୍ଠୀ ଲୋକ ମାରଣାସ୍ତ୍ରରେ ମୋତେ ଓ ମୋ ସମର୍ଥକଙ୍କୁ ଆକ୍ରମଣ କରିଥିବା ସୁବ୍ରତ ଅଭିଯୋଗ କରିଛନ୍ତି। ଗତ ୫ ଦିନ ଭିତରେ ପ୍ରାୟ ୭ଟି ଏତଲା ରୁଜୁ ହୋଇଥିଲେ ହେଁ ପୁଲିସ ଚୁପ୍ ବସିଥିବାରୁ ଉତ୍ତେଜନା ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି।

Advertisment

ଅପରଗୋଷ୍ଠୀର ପ୍ରଶାନ୍ତ ସାମଲ କହିଛନ୍ତି, ସରପଞ୍ଚ ଆଜି ଶାନ୍ତି କମିଟି ବୈଠକ କରିବାକୁ ଡାକିଥିଲେ। ହେଲେ ସରପଞ୍ଚଙ୍କ ଗୋଷ୍ଠୀ ମାରଣାସ୍ତ୍ର ଧରି ଆଜି ଏଭଳି ଉତ୍ପାତ କରିଛନ୍ତି। ଏହାର ଭିଡିଓ ପୁଲିସକୁ ଦେଇଛୁ। ପୁଲିସ ଆସୁଛି, ହେଲେ କିଛି ନ ବୁଝି ପଳାଉଥିବାରୁ ଉତ୍ତେଜନା ବଢ଼ୁଛି।

ଏନେଇ ପୁଲିସ ପ୍ରତିକ୍ରିୟା ମିଳିପାରିନି।

Group Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe