/odisha-reporter/media/post_attachments/uploadimage/library/16_9/16_9_0/Ajoya_Ojha_1678856212.jpg)
Ajoya Ojha
ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ସାତ ଜନମର ସାଥୀ ହେବାକୁ କଥା ଦେଇଥିଲେ। କୌଣସି କଥା ପାଇଁ ସାଥ ଜନମର ସାଥୀକୁ ସ୍ୱାମୀ ଶାବଳ ପକାଇ ମାରିଦେଇ ଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ କମଳା ଓଝା। ପୁଲିସ ସ୍ୱାମୀ ଅଜୟ ଓଝାଙ୍କୁ ଅଟକ ରଖି ପଚରାଉଚରା କରୁଛି।
Advertisment
ଗତକାଲି କମଳା ଘରେ ଶୋଇଥିଲେ। ଏହି ସମୟରେ ଅଜୟ ଏକ ଶାବଳ ଆଣି ତାଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ଘଟଣାସ୍ଥଳରେ କମଳାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ପଡ଼ୋଶୀ କମଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅଜୟ ମାନସିକ ବିକୃତି ଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
