କେନ୍ଦ୍ରାପଡ଼ା ବାଇପାସ୍ରେ ନିର୍ମାଣାଧୀନ ବ୍ରିଜ ଗାର୍ଡର ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ର ୩ ଯନ୍ତ୍ରୀ ସସ୍ପେଣ୍ଡ୍। ଏହି ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କଲେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ।
ସେମାନେ ହେଲେ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ନିହାର ରଂଜନ ମାଝୀ, ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସାମଲ। କର୍ତ୍ତବ୍ୟରେ ଅବହେଳା, ବୈଷୟିକ ତ୍ରୁଟି ପାଇଁ ଏହି କାର୍ଯ୍ୟାନୁଷ୍ଠାନ। ହୋଇଛି।
ଗତକାଲି ଏହି ନିଲମ୍ବନ ଆଦେଶ ହୋଇଥିବା ଜଣାପଡ଼ିଛି।