Advertisment

ଅଧ୍ୟାପକଙ୍କ ଜୀବନ ନେଲା ପିକ୍‌ଅପ୍‌ ଭ୍ୟାନ୍‌, ପତ୍ନୀ ଗୁରୁତର

ଏହି ଦୁର୍ଘଟଣା ଗତକାଲି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଟକ-ଚନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଘଟିଛି। ମୃତ ଅଧ୍ୟାପକଜଣକ ହେଲେ ଆଳି କଲେଜର ଅଧ୍ୟାପକ ବିଜୟ ସାହୁ।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଟକ-ଚନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପତ୍ନୀଙ୍କ ସହ ବାଇକ୍‌ରେ ଯାଉଥିବା ଜଣେ ଅଧ୍ୟାପକଙ୍କ ଉପରେ ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌ । ଫଳରେ ମେଡିକାଲ ଯିବା ବାଟରେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ତାଙ୍କ ପତ୍ନୀ। ଏପରି ଦୁର୍ଘଟଣା ଗତକାଲି ହୋଲିରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଟକ-ଚନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଘଟିଛି। ମୃତ ଅଧ୍ୟାପକଜଣକ ହେଲେ ଆଳି କଲେଜର ଅଧ୍ୟାପକ ବିଜୟ ସାହୁ।

Advertisment

ଗତକାଲି ଅପରାହ୍ନରେ ଅଧ୍ୟାପକ ବିଜୟ ସାହୁ ଓ ତାଙ୍କ ପତ୍ନୀ ବାଇକ ଯୋଗେ କେନ୍ଦ୍ରାପଡା ଅଭିମୁଖେ ଯାଉଥିଲେ। ମାତ୍ର ଛପୋଲିଆ ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଗାଡି ତାଙ୍କ ବାଇକ୍‌କୁ ପିଟିଥିଲା। ପିକ୍‌ଅପ୍‌ ଧକ୍କାରେ ଉଭୟ ସ୍ୱାମୀସ୍ତ୍ରୀ ଛିଟିକି ରାସ୍ତାରେ ପଡ଼ିଥିଲେ। ବିଜୟ ସାହୁଙ୍କ ୨ ଗୋଡ଼ରେ ପିକ୍‌ଅପ୍‌ ଗାଡ଼ି ଚଢ଼ି ଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବେଳେ ବାଟରେ ହିଁ ତାଙ୍କ ଜୀବନ ଚାଲିଯାଇଛି। ବିଜୟଙ୍କ ପତ୍ନୀ ଚିକିତ୍ସାଧୀନ ଅଛନ୍ତି।

ଛପୋଲିଆ ଛକରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ହମ୍ସ ନିର୍ମାଣ ସହ ବ୍ଲାକ ସ୍ପଟ ନିର୍ମାଣ ଦାବି କରି ଗତକାଲି ଅପରାହ୍ନରେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଆଳି ଆଇଆଇସି ଓ ପଟ୍ଟାମୁଣ୍ଡାଇ ଏସଡ଼ିପିଓ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Advertisment

ସୂଚନା ଅନୁଯାଇ ୨ମାସ ମଧ୍ୟରେ ଛପୋଲିଆ ଛକରେ ଦୁର୍ଘଟଣା ଯୋଗୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେଣୁ ଏଠାରେ ତୁରନ୍ତ ସ୍ପିଡ ବ୍ରେକର ନିର୍ମାଣ ସହ ଏହାକୁ ବ୍ଲାକ୍‌ ସ୍ପଟ ଭାବେ ଘୋଷଣା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Accident Kendrapada Road Accident Dead Body