Advertisment

ଫୋନ୍‌ରେ ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେଲା ସ୍ୱାମୀ!

ଜମରୁନ୍‌ଙ୍କୁ ଭଉଣୀ ବୋଲି ସମ୍ୱୋଧନ କରୁଥିଲେ ରବି। ଉଭୟଙ୍କ ଭିତରେ ଭାଇ ଓ ଭଉଣୀର ସମ୍ପର୍କ ନୀବିଡ଼ ହେବା ପରେ ୨୫ ଲକ୍ଷ ଟଙ୍କାର ଉପହାର ଦେବ ବୋଲି କହି ନେକ୍‌ଲେସ୍‌, ଫ୍ରିଜ, ଆଇଫୋନ, ଏସି ଭଳି ଦାମୀ ସାମଗ୍ରୀ କୋରିଅରରେ ପଠାଇଛି ବୋଲି ରବି କହିଥିଲା।

author-image
Manoranjan Sial
Kendrapara

Kendrapara

ଫୋନ୍‌ରେ ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେଲା ସ୍ୱାମୀ। ସାଇବର ଠକେଇରେ ଶିକାର ହୋଇଥିବାରୁ ପତ୍ନୀଙ୍କୁ ଏମିତି ଦଣ୍ଡ ଦେଇଛି ସ୍ୱାମୀ। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ତଳାଇଛି।

Advertisment

ସଦର ଥାନା କୁସିଆପାଳ ପଞ୍ଚାୟତ ବାବୁରାମ ପାଟଣା ଗାଁର ଶେଖ ରାଜିଦ। ତାଙ୍କ ପତ୍ନୀ ହେଉଛନ୍ତି ଜମରୁନ ବିବି। ତାଙ୍କର ଫେସ୍‌ବୁକ୍‌ ଫ୍ରେଣ୍ଡ ହେଉଛନ୍ତି ରବୀ ଶର୍ମା। ଜମରୁନ୍‌ଙ୍କୁ ଭଉଣୀ ବୋଲି ସମ୍ୱୋଧନ କରୁଥିଲେ ରବି। ଉଭୟଙ୍କ ଭିତରେ ଭାଇ ଓ ଭଉଣୀର ସମ୍ପର୍କ ନୀବିଡ଼ ହେବା ପରେ ୨୫ ଲକ୍ଷ ଟଙ୍କାର ଉପହାର ଦେବ ବୋଲି କହି ନେକ୍‌ଲେସ୍‌, ଫ୍ରିଜ, ଆଇଫୋନ, ଏସି ଭଳି ଦାମୀ ସାମଗ୍ରୀ କୋରିଅରରେ ପଠାଇଛି ବୋଲି ରବି କହିଥିଲା। ତା’ ବାବଦରେ ଜମରୁନଙ୍କୁ ସେ କୋରିଅର ଚାର୍ଜ ବାବଦକୁ ଦେଢ ଲକ୍ଷ ଟଙ୍କା ମାଗିଥିଲା। ଜମରୁନ୍‌ ଲୋଭରେ ବଶବର୍ତ୍ତୀ ହୋଇ ଲକ୍ଷେ ସତୁରି ହଜାର ଟଙ୍କା ରବି ଶର୍ମାକୁ ଫୋନପେ ଓ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ।

ଟଙ୍କା ପାଠାଇବା ପରେ ଜମରୁନ୍‌ଙ୍କ ପାଖକୁ କୌଣସି ଉପହାର ଆସିନଥିଲା। ଏପରିକି ସୋଶାଲ ମିଡିଆରେ ଆଉ ରବି ଶର୍ମାଙ୍କ ଦେଖା ମିଳିନଥିଲା। ତେଣୁ ସେ ଅନଲାଇନ୍‌ ଠକେଇରେ ଶିକାର ହୋଇଥିବା ଜାଣିପାରି ରବି ଶର୍ମାଙ୍କ ନାଁରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସଦର ଥାନା ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ କରୁଛି। ହେଲେ ପୁଲିସ୍‌ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

Advertisment

ଅନ୍ୟପକ୍ଷରେ ସାଇବର ଠକେଇକୁ ନେଇ ଜମରୁନଙ୍କ ଘରେ ସୃଷ୍ଟି ହୋଇଥିବା ପରିବାରିକ ଝଡ। ଗୁଜରାଟରେ ଏକ କମ୍ପାନୀରେ କାର୍ଯ୍ୟରତ ସ୍ୱାମୀ ଶେଖ ରାଜିଦ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ଜମରୁନ୍‌ଙ୍କୁ ଗାଳି ଦେଇଥିଲେ। ଆଉ ଫୋନ୍‌ରେ ସେ ତାଙ୍କ ପତ୍ନୀ ଜମରୁନଙ୍କୁ ତିନ୍‌ ତଲାକ ଦେଇଥିଲେ। ସାଇବର ଠକେଇ ପାଇଁ ଶେଖ ରାଜିଦ ଓ ଜମରୁନଙ୍କର ଦୀର୍ଘ ଅଠର ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିଗଲା।

ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଜମରୁନ୍‌ ଓ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ଏତେଟା ଭଲ ନଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କର ମନ ମିସୁନଥିବା ଅଭିଯୋଗ ହୋଇଛି। ଆଉ ଏଭଳି ଏକ ଘଟଣl ପରେ ସ୍ୱାମୀ ତଲାକ୍‌ ଦେଇ ଘରୁ ବାହାର କରିଦେବା ପରେ ଜମରୁନ ତାଙ୍କର ୪ ପୁଅ ଓ ଝିଅଙ୍କୁ ନେଇ ପୁଣି କେନ୍ଦ୍ରାପଡ଼ା ସଦର ଥାନାରେ ସ୍ୱାମୀ ଶେଖ ରାଜିଦଙ୍କ ନାଁରେ ଅଭିଯୋଗ କରିବା ସହ ଭରଣ ପୋଷଣ ଦାବି କରିଛନ୍ତି।

କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Kendrapara