Advertisment

ଜମି ପାଇଁ ବଡ଼ଭାଇକୁ ହାଣି ଦେଲା ସାନଭାଇ

ହତ୍ୟାକାଣ୍ଡପରେ ସାନ ଭାଇ ସନାତନ ବେହେରା ଫେରାର ହୋଇଯାଇଛି।

Anupam Behera

Anupam Behera

Advertisment

ଜମିଜମା କଳହକୁ ନେଇ ବଡ ଭାଇକୁ ହାଣି ଦେଲା ସାନଭାଇ। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲ୍ଲୀ ଗାଁରୁ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅନୁପମ ବେହେରା। ହତ୍ୟାକାଣ୍ଡ ପରେ ସାନ ଭାଇ ସନାତନ ବେହେରା ଫେରାର ହୋଇଯାଇଛି।

Advertisment

ସୂଚନା ମୁତାବକ, ଜମିଜମାକୁ ନେଇ ଅନୁପମ ଓ ତାଙ୍କ ସାନ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା। ଆଜି ସକାଳେ ମଧ୍ୟ ଜମିଜମାକୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା। ସାନ ଭାଇ ସନାତନ ଉତ୍ତ୍ୟକ୍ତ ହୋଇ ଘରୁ ଏକ କଟୁରୀ ଆଣି ବଡ଼ ଭାଇର ଶରୀରକୁ ଚୋଟ ପରେ ଚୋଟ ପକାଇଥିଲା। ସ୍ଥାନୀୟ ଲୋକେ ଅନୁପମଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅନୁପମଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।

Advertisment
Mass Murder Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe