Advertisment

ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, କାମ ଅଧାରୁ ଭୁଶୁଡ଼ିଲା ବ୍ରିଜ୍‌

୨୦୧୬ ମସିହା ଜାନୁଆରୀ ୮ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଠିକା ସଂସ୍ଥା ଏଆର୍‌ଏସ୍‌ଏସ୍‌କୁ ଟେଣ୍ଡର ଦେଇଥିଲା ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ।

Kendrapara

Kendrapara

Advertisment

ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ହେଲେ କାମ ସରିବା ପୂର୍ବରୁ ଆଜି ଭୁଶୁଡ଼ି ପଡ଼ିଲା ବ୍ରିଜ୍‌। ଏପରି ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। ବ୍ରିଜ୍‌ ଭୁଶୁଡ଼ିବା ପରେ ଠିକା ସଂସ୍ଥାର କର୍ମକର୍ତ୍ତା ଚମ୍ପଟ ମାରିଥିବା ବେଳେ ପୂର୍ତ୍ତ ବିଭାଗ ଏନେଇ ମୁହଁ ଖୋଲୁନାହିଁ। ଏହାକୁ ନେଇ କେନ୍ଦ୍ରାପଡ଼ା ଟାଉନବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

କେନ୍ଦ୍ରାପଡ଼ା ସହରରେ ଭିଡ଼କୁ ଦେଖି ବାଇପାସ୍‌ ରାସ୍ତା ନିର୍ମାଣ କରାଯାଉଛି। ତିନି ମୁହାଣୀଠାରୁ କାଳୀ ମନ୍ଦିର ପର୍ଯ୍ୟନ୍ତ ବାଇପାସ୍‌ ରାସ୍ତା ନିର୍ମାଣ ହେଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୬ ମସିହା ଜାନୁଆରୀ ୮ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଠିକା ସଂସ୍ଥା ଏଆର୍‌ଏସ୍‌ଏସ୍‌କୁ ଟେଣ୍ଡର ଦେଇଥିଲା ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ।

ଟେଣ୍ଡର ପାଇବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ଅଧୀନରେ ଗୋବରୀ ନଦୀ ଉପରେ ବ୍ରିଜ୍‌ ନିର୍ମାଣ କରାଯାଉଥିଲା। ବ୍ରିଜ୍‌ ପାଇଁ ପିଲର ନିର୍ମାଣ କରାଯାଇଥିଲା। ୧୪ ଘଣ୍ଟା ତଳେ ପିଲର ଉପରେ ୪୦ରୁ ୪୫ ମିଟର ଲମ୍ୱର ଗାର୍ଡର ବିଛା ଯାଇଥିଲା। ଆଜି ସେହି ବ୍ରିଜ୍‌ର ଦୁଇଟି ଯାକ ଗାର୍ଡର ଭୁଶୁଡ଼ି ପଡ଼ିଛି। ସେହି ସମୟରେ ସେତୁ ତଳେ ୧୫ରୁ ୨୦ ଜଣ ଶ୍ରମିକ କାମ କରୁଥିଲେ। ବ୍ରିଜ୍‌ ଭୁଶୁଡିବା ଶବ୍ଦ ଶୁଣି ଶ୍ରମିକମାନେ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। କହିବାକୁ ଗଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲା ଶ୍ରମିକଙ୍କ ଜୀବନ।

Advertisment

ବ୍ରିଜ୍‌ ଭୁଶୁଡ଼ିବା ପରେ ଠିକା ସଂସ୍ଥାର କର୍ମକର୍ତ୍ତାମାନେ ଘଟଣା ସ୍ଥଳରୁ ଉଭାନ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗର ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଫୋନ୍‌ ଉଠାଇ ନଥିଲେ। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Kendrapada Dangerous Bridge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe