Advertisment

ଗ୍ରାମରକ୍ଷୀଙ୍କ ଉପରେ ମାଡ଼ିଗଲା ହାଇୱା, ଅସ୍ଥାୟୀ ଘରକୁ ପୋଡ଼ି ରାସ୍ତାରେ ବସିଲେ ଉତ୍ତ୍ୟକ୍ତ ଲୋକେ

ଲକ୍ଷ୍ମଣ ବସପୁର ଗାଁର ଗ୍ରାମରକ୍ଷୀ ରୂପେ କାମ କରନ୍ତି । ଆଜି ସକାଳେ ସେ ଶୌଚ ହେବା ନିମନ୍ତେ ନିକଟସ୍ଥ ନଦୀକୁ ଯାଉଥିଲେ। ଏହି ସମୟରେ ବାଲି ଖାଦାନକୁ ଯାଉଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Fire

Fire

Advertisment

ସକାଳୁ ସକାଳୁ ଶୌଚ ହେବାକୁ ଯାଉଥିବା ଗ୍ରାମରକ୍ଷୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ସେ ଆଖି ବୁଜିଲେ । ଏହାକୁ କେନ୍ଦ୍ର କରି  ଲୋକେ ତାତିବା ପରେ ବାଲି ଖାଦାନରେ ଥିବା ଏକ ଅସ୍ଥାୟୀ ଘରକୁ ଜାଳି ଦେଇଛନ୍ତି। କେବଳ ସେତିକି ନୁହେଁ ମୃତକଙ୍କ ପୁଅକୁ ଚାକିରି ସହ ୫୦ ଲକ୍ଷର କ୍ଷତିପୂରଣ ଜିଦ୍‌ରେ ଉତ୍ତ୍ୟକ୍ତ ଲୋକେ ପ୍ରାୟ ୪ ଘଣ୍ଟା ଧରି ରାଜପଥକୁ ଅବରୋଧ କରିଥିଲେ । ଏପରି ଅଭାବନୀୟ ଘଟଣା ଆଜି ସକାଳେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ବାଲି ଘାଟ ନିକଟରେ ଘଟିଛି। ମୃତକ ହେଲେ ଆରିପଦାଗାଁର ଲକ୍ଷ୍ମଣ ମଲ୍ଲିକ ।

Advertisment

ଲକ୍ଷ୍ମଣ ବସପୁର ଗାଁର ଗ୍ରାମରକ୍ଷୀ ରୂପେ କାମ କରନ୍ତି । ଆଜି ସକାଳେ ସେ ଶୌଚ ହେବା ନିମନ୍ତେ ନିକଟସ୍ଥ ନଦୀକୁ ଯାଉଥିଲେ। ଏହି ସମୟରେ ବାଲି ଖାଦାନକୁ ଯାଉଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ବାଲି ଖାଦାନର ଅସ୍ଥାୟୀ ଘରେ ନିଆଁ ଲଗେଇ ଦେଇଥିଲେ।

Advertisment

ଏହାପରେ ପୂର୍ବାହ୍ନ ପ୍ରାୟ ୮ଟାରେ କରିଲୋପାଟଣାଠାରେ ଉତ୍ତ୍ୟକ୍ତ ଲୋକେ କେନ୍ଦ୍ରାପଡ଼ା ବସପୂର୍ ରାସ୍ତାକୁ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପ୍ରାୟ ୪ ଘଣ୍ଟା କାଳ ରାସ୍ତାରୋକ କରାଯିବା ହେତୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଏହାପରେ ସଦର ଥାନା ଏସଡିପିଓ, ଆଇଆଇସି ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ମଧ୍ୟାହ୍ନ ୧୨ଟା ପରେ ରାସ୍ତାରୋକ ହଟିଛି। ଏହାପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ କ୍ଷତିପୂରଣ ସମ୍ପର୍କରେ କିଛି ସମାଧାନ ହୋଇ ପାରି ନ ଥିବା ଜଣାଯାଇଛି। 

ବସପୁର ବାଲି ଘାଟ ପ୍ରାୟ ୨୫ ବର୍ଷ ହେବ ଚାଲୁଥିବା ବେଳେ ଜିଲ୍ଲା ପ୍ରଶାସନ କେବଳ ଟ୍ୟାକ୍ସ ଆଦାୟ କରି ବସି ରହୁଛି। ଫଳରେ ଏଠାରେ ଅକାଳରେ ବହୁ ଜୀବନ ଚାଲି ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ସରକାର ଏଠାରୁ ବେଆଇନ ବାଲି ଉଠାଇ ମଣିଷ ମାରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Roadaccident Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe