Advertisment

ପୁଲିସ ଘରେ କଳାକନା ବୁଲାଇଲେ ଚୋର

କେନ୍ଦ୍ରାପଡ଼ାର ଜଣେ ପୁଲିସ କନଷ୍ଟେବଲଙ୍କ ଘରୁ ହୋଇଛି ଚୋରି।

ଅଦ୍ୟତନ ହୋଇଛି
Almira

Almira

Advertisment

କେନ୍ଦ୍ରାପଡ଼ାର ଜଣେ ପୁଲିସ କନଷ୍ଟେବଲଙ୍କ ଘରୁ ହୋଇଛି ଚୋରି। ତାଙ୍କ ନାଁ ବିମଳେନ୍ଦୁ ପାଢ଼ି। ସେ କେନ୍ଦ୍ରାପଡ଼ା ଏକ ନମ୍ବର ଫାଣ୍ଡିରେ ନିଯୁକ୍ତ ହୋଇଛନ୍ତି।

Advertisment

କନେଷ୍ଟବଲ ବିମଳେନ୍ଦୁଙ୍କୁ ଜଜାଙ୍ଗ ସ୍ଥିତ ଘରୁ ଗତକାଲି ରାତିରେ ଚୋରି ହୋଇଛି। ପ୍ରାୟ ୧୮ ଭରି ସୁନାଗହଣା ସମେତ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। କେତେ ଜଣ ଚୋର ପଶିଥିଲେ ତାହା ଜଣାପଡ଼ିନାହିଁ। ତେବେ ଏକରୁ ଅଧିକ ଚୋର ପଶିଥିବା ଅନୁମାନ କରାଯାଉଛି।

ବିମଳେନ୍ଦୁ ଏବଂ ତାଙ୍କ ବଡଭାଇଙ୍କ ପରିବାର ଲୋକେ ରଜ ଛୁଟିରେ ବାହାରକୁ ବୁଲିବାକୁ ଯାଇଥିବା ବେଳେ ଘରେ ବୃଦ୍ଧ ବାପାମା’ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଛାତ ଉପରକୁ ଯାଇ କବାଟ ଖୋଲି ଭିତରେ ପଶି ଥିଲେ। ଆଉ ଘରେ ଥିବା ଦୁଇଟି ଆଲମିରାରୁ ନଗଦ ୩୦ ହଜାର ଟଙ୍କା ଓ ପ୍ରାୟ ୧୮ ଭରି ସୁନାଗହଣା ନେଇଯାଇଛନ୍ତି। ଚୋରମାନେ ସାଙ୍ଗରେ ଆଣିଥିବା ଏକ ଲୁହା ରଡ୍‌ ଛାଡି ଯାଇଛନ୍ତି।

Advertisment

ଘଟଣା ସଂପର୍କରେ କେନ୍ଦ୍ରାପଡ଼ା ସଦର ଥାନାରେ ବିମଳେନ୍ଦୁଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୁଲିସ ବିମଳେନ୍ଦୁଙ୍କ ଘରେ ଯାଞ୍ଚ କରିବା ସହିତ ଖୋଳତାଡ଼ ଜାରି ରହିଛି।

Odisha Police Police Robbery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe