Advertisment

କେନ୍ଦ୍ରାପଡ଼ାରେ ପ୍ରାକୃତିକ ତୈଳର ସନ୍ଧାନ, ୨୫୦୦ ମିଟର ମାଟି ତଳକୁ ଡ୍ରିଲ୍ କରାଯାଇ କେତେ ଅଛି ଦେଖାଯିବ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଯମପଡା ପଂଚାୟତର ଗଉଡଗାଁରେ ଅଏଲେ ଇଣ୍ଡିଆ ଲିମିଟେଡର ପ୍ରାକୃତିକ ତୈଳ ଓ ଗ୍ୟାସ୍‌ର ଅନୁସଂଧାନ କରିଛି।

ଅଦ୍ୟତନ ହୋଇଛି
Land Purchase

Land Purchase

Advertisment

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଯମପଡା ପଂଚାୟତର ଗଉଡଗାଁରେ ଅଏଲେ ଇଣ୍ଡିଆ ଲିମିଟେଡର ପ୍ରାକୃତିକ ତୈଳ ଓ ଗ୍ୟାସ୍‌ର ଅନୁସଂଧାନ କରିଛି। ଯେଉଁ ଜମିରେ ଏହାକୁ ଚିହ୍ନଟ କରାଯାଇଛି ଏହାକୁ କିଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଦୁଇ ଦିନ ଧରି ଏହି ପ୍ରକ୍ରିୟା ଚାଲିବ। ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାର୍ଶ୍ୱରେ ଏହି ପ୍ରାକୃତିକ ତୈଳର ସଂଧାନ ମିଳିଛି।

Advertisment

ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହେବାପରେ ଆଜି ଠାରୁ ଅନୁକମ୍ପା ରାଶି ପ୍ରଦାନ ଆରମ୍ଭ ହୋଇଛି। ମାଟିତଳ ହାଇଡ୍ରୋକାର୍ବନ ଉତ୍ତୋଳନ ପାଇଁ ପ୍ରାୟ ୧୦ ଏକର ୭୪ ଡିସିମିଲ ଜମି ଚିହ୍ନଟ ହୋଇଛି। ଆବଶ୍ୟକ ହେଉଥିବା ଜମି ପାଇଁ ୧୧୪ ଜଣ ସ୍ଥାନୀୟ ଲୋକମାନଙ୍କୁ ୧ କୋଟି ୬୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ଜମି ମାଲିକମାନଙ୍କ ଠାରୁ ୩ ବର୍ଷ ପାଇଁ ଆବଶ୍ୟକ ହେଉଥିବା ଜମିକୁ ଲିଜ୍ ଆକାରରେ ନେବେ କମ୍ପାନୀ କର୍ତ୍ତୃପକ୍ଷ।

ଏନେଇ ଯମପଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଶିବିର କରାଯାଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉପସ୍ଥିତିରେ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ପ୍ରଥମେ ୩ ବର୍ଷ ପାଇଁ ଜମି ଗୁଡିକ ଲିଜ୍ ସୁତ୍ରରେ ନିଆଯିବ। ଆବଶ୍ୟକ ପଡିଲେ ଏହି ଅବଧି ବୃଦ୍ଧି କରିଯିବ ବୋଲି ସୂଚନା ମିଳିଛି ।

Advertisment

ଏହା ପରେ ଏକ ଡ୍ରିଲି ରିକ୍ ମେସିନ୍ ସାହାଯ୍ୟରେ ପ୍ରାୟ ୨୫୦୦ ମିଟର ମାଟି ତଳକୁ ଡ୍ରିଲ୍ କରାଯାଇ କେତେ ପରିମାଣର ତୈଳ ଗଛିତ ଅଛି ତାହାର ଅନୁସନ୍ଧାନ କରାଯିବ ବୋଲି ଅଏଲ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଞ୍ଜନ ଯୋତି ପୁକନ୍ ସୂଚନା ଦେଇଛନ୍ତି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ କୁମାର ସ୍ୱାଇଁ

Kendrapada Natural Resources
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe