Advertisment

ସାଇକେଲ୍‌ରେ ଆସିଲେ ବର, ବାଟ ସାରା ବାଣ୍ଟିଲେ ଗଛ

ବରଯାତ୍ରୀମାନେ ମୁଣ୍ଡରେ ପଗଡ଼ି ବାନ୍ଧି ସାଇକେଲ୍‌ରେ ଯାଇଥିଲେ। ଡିଜେ ବଦଳରେ ବାଜୁଥିଲା ପାରମ୍ପରିକ ଢୋଲ ଓ ତଡ଼ତଡି ବାଦ୍ୟ। ଶ୍ୱଶୁର ଘର ଗାଁରେ ପହଞ୍ଚିଥିବା ପରେ ରାଜେଶ ଲୋକଙ୍କୁ ଚାରା ବାଣ୍ଟିଥିଲେ।

Kendrapada

Kendrapada

Advertisment

ନା ଥିଲା ଡିଜେ, ନା ଥିଲା କାର୍‌! ନା ଥିଲା ବାଣ ରୋଷଣୀ। ମାର୍କୁଣ୍ଡିକୁ ପଛରେ ବସାଇ ସାଇକେଲ୍‌ରେ ଆସିଲେ ବର। ଆଉ ବାଟସାରା ବାଣ୍ଟିଲେ ଗଛ। ଖାଲି ବର ନୁହେଁ, ବରଯାତ୍ରୀମାନେ ମଧ୍ୟ ପଗଡ଼ି ବାନ୍ଧି ସାଇକେଲ୍‌ ଚଲାଇ ଆସିଲେ। ଏପରି ନିଆରା ଢଙ୍ଗରେ ବାହା ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶିକ୍ଷକ ରାଜେଶ ବାରିକ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍‌ କନ୍ତିଆ ଗାଁର ରାଜେଶ ବାରିକ। ପେଶାରେ ସେ ଜଣେ ଶିକ୍ଷକ। ରବିବାର ତାଙ୍କର ବାହାଘର ହୋଇଥିଲା। ସେ ଗରଦପୁର ବ୍ଲକ୍‌ କୁସୁନୁପୁର ଗାଁର ଭାଦ୍ରବି ବାରିକଙ୍କୁ ବୈଦିକ ରୀତିନୀତିରେ ହୋଇଛନ୍ତି। ରାଜେଶଙ୍କ ବାହାଘର ହୋଇଥିଲା ନିଆରା। ସେ ନା ବରଯାତ୍ରୀଙ୍କ ପାଇଁ କରିଥିଲେ ଗାଡ଼ି, ନା ନିଜେ ଯାଇଥିଲେ ଫୁଲରେ ସଜା ହୋଇଥିବା କାର୍‌ରେ! ନିଜେ ସାଇକେଲ୍‌ ଚଲାଇ ବର ଯାଇଥିଲେ। ଆଉ ସାଇକେଲ୍‌ ଆଗ ଡାଲାରେ ଥିଲା ଚାରା ଓ ପଛରେ ପସିଥିଲେ ମାର୍କୁଣ୍ଡି (ବରଭାଇ)।

ବରଯାତ୍ରୀମାନେ ମୁଣ୍ଡରେ ପଗଡ଼ି ବାନ୍ଧି ସାଇକେଲ୍‌ରେ ଯାଇଥିଲେ। ଡିଜେ ବଦଳରେ ବାଜୁଥିଲା ପାରମ୍ପରିକ ଢୋଲ ଓ ତଡ଼ତଡି ବାଦ୍ୟ। ଶ୍ୱଶୁର ଘର ଗାଁରେ ପହଞ୍ଚିଥିବା ପରେ ରାଜେଶ ଲୋକଙ୍କୁ ଚାରା ବାଣ୍ଟିଥିଲେ। ଗାଁ ଲୋକେ ଶଙ୍ଖ ବଜାଇ ହୋଳହୋଳି ପକାଇ ବରକୁ ସ୍ୱାଗତ କରିଥିଲେ। ଆଉ ଗଛ ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଜେଶଙ୍କ ଏପରି ଉଦ୍ୟମକୁ ଆଖପାଖ ଲୋକମାନେ ପ୍ରଶଂସା କରିଛନ୍ତି।

Advertisment
Kendraparaରାଜେଶଙ୍କ ଜୀବନ ସାଥୀ

ନିଜର ନିଆରା ବାହାଘରକୁ ନେଇ ରାଜେଶ କହିଛନ୍ତି, ବାହାଘରରେ ବାଣ ଫୁଟାଇଲେ କେବଳ ଶବ୍ଦ ପ୍ରଦୂଷଣ ହେଉଛି। ତା’ଛଡ଼ା ସେଥିରୁ କିଛି ଲାଭ ମିଳୁନାହିଁ। କିନ୍ତୁ ଗଛ ବାଣ୍ଟିଲେ, ପରିବେଷ ସୁରକ୍ଷିତ ରହିବ ଓ ସୁନ୍ଦର ଦେଖାଯିବ। ଡିଜେ ବାଜିଲେ ମଧ୍ୟ ଶବ୍ଦ ପ୍ରଦୂଷଣ ହେଉଛି। ବହୁ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ଆଣିଛି। ଗାଡ଼ି ବଦଳରେ ସାଇକେଲରେ ଆସିଛି। ମୋର ଏପରି ଉଦ୍ୟମକୁ ଲୋକମାନେ ପସନ୍ଦ କରୁଛନ୍ତି। ହୋଳହୋଳି ଦେଇ ସ୍ୱାଗତ କରୁଛନ୍ତି ବୋଲି ରାଜେଶ କହିଛନ୍ତି।

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe