Medical
Advertisment
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପାଲସିଂହl ଗାଁରେ ବିଷାକ୍ତ ପକୁଡ଼ି ଖାଇ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଉଛନ୍ତି ଭାସ୍କର ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ପୁଅ ରାଜକିଶୋର ସାହୁ।
Advertisment
ସାବିତ୍ରୀ ପକୁଡ଼ି ଛାଣିବା ବେଳେ କର୍ଣ୍ଣଫ୍ଲୋର ଭାବି ବେସନରେ କୀଟନାଶକ ମିଶାଇ ଦେଇଥିଲେ। ସେହି ପକୁଡ଼ି ଖାଇବା ପରେ ସେ, ତାଙ୍କ ସ୍ୱାମୀ ଓ ପୁଅ ଅସୁସ୍ଥ ହୋଇ ପଡ଼ିଥିଲେ। ପଡ଼ୋଶୀମାନେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Medical__1685101133.jpg)