Advertisment

ହୋଲିରେ ହାତ ଧରା ଧରି ହୋଇ ବୁଡ଼ିଗଲେ ଦୁଇ ଭାଇ

କେଶପୁର ପଞ୍ଚାୟତ ମୂଷାଡିଆ ଗାଁର ୪୩ ବର୍ଷୀୟ ସୁଜିତ ଦାସ ତାଙ୍କ ସମ୍ପର୍କୀୟ ଭାଇ ଚିନ୍ମୟ ଦାସ ରଙ୍ଗ ଖେଳି ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ। ଅସାବଧାନତା ଯୋଗୁ ସେମାନେ ପାଣିରେ ବୁଡ଼ି ଯାଇଥିଲେ।

Kendrapara

Kendrapara

Advertisment

ହୋଲିରେ ରଙ୍ଗ ଖେଳି ସାରି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ। ହେଲେ ଘରକୁ ଫେରିପାରିଲେ ନାହିଁ। ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲିଗଲେ ଦୁଇ ଭାଇ। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି।

Advertisment

କେଶପୁର ପଞ୍ଚାୟତ ମୂଷାଡିଆ ଗାଁର ୪୩ ବର୍ଷୀୟ ସୁଜିତ ଦାସ ତାଙ୍କ ସମ୍ପର୍କୀୟ ଭାଇ ଚିନ୍ମୟ ଦାସ ରଙ୍ଗ ଖେଳି ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ। ଅସାବଧାନତା ଯୋଗୁ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସମାନ ଚିତ୍ର ଆସିଛି ବଲାଙ୍ଗିରରୁ। କନ୍ଧପାଳି ପଡ଼ାର ୨୧ ବର୍ଷୀୟ ଯୁବକ ରାହୁଲ ରଙ୍ଗ ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଅନ୍ୟପକ୍ଷରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ଖାନତଲାସି କରୁଛି ଅଗ୍ନିଶମ ବିଭାଗ। ଖେବର ଲେଖା ହେବା ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ। ରଙ୍ଗ ଖେଳି ପରେ ଗାଧୋଇବା ପାଇଁ ନଦୀରେ ବୁଡ଼ି ଯାଇଥିବା ଆଲୋଚନା ହେଉଛି।

ରିପୋର୍ଟ-ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

Holi Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe