Advertisment

ଦୋଳ ବିମାନ ବୋହି ନେଉଥିବା ଲୋକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ୨ ମୃତ, ୩ ଗୁରୁତର

ବଣହରା ଗାଁର ଜୟନ୍ତ କୁମାର ଦାସଙ୍କ ଦୋଳ ବିମାନ ବାଲିଆ ମେଲଣ ସାରି ଦୁହୁରିଆ ମେଲଣରେ ଯୋଗ ଦେବାକୁ ଆସୁଥିଲେ।

Deadbody

Deadbody

Advertisment

ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ଧକ୍କା ଦେଲା ଏକ ମାଛ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଯମଧର ନିକଟରେ ଘଟିଛି ଏହି ଦୁର୍ଘଟଣା।

Advertisment

ବଣହରା ଗାଁର ଜୟନ୍ତ କୁମାର ଦାସଙ୍କ ଦୋଳ ବିମାନ ବାଲିଆ ମେଲଣ ସାରି ଦୁହୁରିଆ ମେଲଣରେ ଯୋଗ ଦେବାକୁ ଆସୁଥିଲେ। ଦୁହୁରିଆ ମେଲଣରୁ କିଛି ଦୂରରେ କଟକ ଆଡୁ ଆସୁଥିବା ଏକ ମାଛ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଦୋଳ ବିମାନଟି ବୋହି ନେଉଥିବା ଲୋକଙ୍କ ପଛ ପଟୁ ଧକ୍କା ଦେଇଥିଲା। ଏଥିରେ ଦୁର୍ଘଟଣାସ୍ଥଳରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଦ୍ୱୟ ହେଉଛନ୍ତି ବଣହରା ଗାଁର ଦିବ୍ୟଜ୍ୟୋତି ଦାସ ଓ ବଡ଼ଗାଁର ସୋମନାଥ ସାହୁ।

ଦୁର୍ଘଟଣାରେ ଦୋଳ ବିମାନଟି ଭାଙ୍ଗିରୁଜି ଯାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି।

Advertisment
Accident Roadaccident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe