Advertisment

ଅଦିନରେ ଆସିଛି ବଉଳ, ପେନ୍ଥାପେନ୍ଥା ଆମ୍ୱ ବି ଫଳିଛି

କଟକ ଜିଲ୍ଲା ନିଆଳୀ ବ୍ଲକ ସିଠାଳୋ ଶାସନପଦାରେ ଏହି ଆମ୍ୱ ଗଛ ରହିଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା।

author-image
Niranjan Mishra
ଅଦ୍ୟତନ ହୋଇଛି
Mango

Mango

ଅଦିନରେ ଆସିଛି ବଉଳ। ଯେଉଁ ଗଛରେ ବଉଳ ହୋଇଛି, ସେହି ଗଛରେ ଆମ୍ୱ ବି ଫଳିଛି। କଟକ ଜିଲ୍ଲା ନିଆଳୀ ବ୍ଲକ ସିଠାଳୋ ଶାସନପଦାରେ ଏହି ଆମ୍ୱ ଗଛ ରହିଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା। ଆଷାଢ଼ ପୂରି ଶ୍ରାବଣ ହେବାକୁ ବସିଥିବା ବେଳେ ଏଭଳି ଅଜବ ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି। ଶାସନପଦା ଅନ୍ତର୍ଯ୍ୟାମୀ ନାୟକଙ୍କ ବାଡ଼ିରେ ଥିବା ଆମ୍ୱ ଗଛରେ ବଉଳ ସାଙ୍ଗକୁ ପେନ୍ଥାପେନ୍ଥା ଆମ୍ୱ ବି ଫଳିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ସେ ଗଛରୁ ପ୍ରାୟ ୨୦୦ କେଜି ଆମ୍ୱ ଅମଳ କରିଥିଲେ। ଏହି ଗଛ ପୁଣି ଆମ୍ୱ ଓ ବଉଳ ଦେବା ତାଙ୍କୁ ମଧ୍ୟ ଖୁସି ଦେଇଛି।

Advertisment

ଅନ୍ତର୍ଯାମୀ କହିଛନ୍ତି, ସେ ତାଙ୍କ ବାଡ଼ିରେ ପ୍ରାୟ ୮ଟି ଭେରାଇଟ୍‌ର ଆମ୍ୱ ଗଛ ଲଗାଇଛନ୍ତି। ଯାହା ଭିତରକୁ ଗୋଟିଏ ବାରମାସୀ କିଶମର ରହିଛି। ଏହି ଗଛ ବର୍ଷକୁ ଦୁଇଥର ଫଳ ଦେଉଛି। ଏପ୍ରିଲ ବେଳକୁ ଥରେ ଫଳ ଆସୁଥିବା ବେଳେ ସେପ୍ଟେମ୍ୱର ବେଳକୁ ଆଉଥରେ ଆମ୍ୱ ଅମଳ ହେଉଛି। ଏହି ଗଛର ଆମ୍ୱ ଖୁବ୍ ମିଠା। ଅଧିକ ଅମଳ ମଧ୍ୟ ଦେଉଛି। ଲୋକେ ଏହି ଆମ୍ୱ ଖାଇବାକୁ ବେଶ ପସନ୍ଦ କରୁଛନ୍ତି। ଆଗକୁ ଏହାକୁ ଚାଷ କରି ଲାଭବାନ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଏବେ ଗ୍ରାମାଂଚଳରେ ଆମ୍ୱ ସବୁ ଗଛରୁ ସରିଗଲାଣି। ଯେଉଁମାନେ ଆମ୍ୱ ମହଜୁଦ୍ କରି ରଖିଛନ୍ତି, ଏବେ ବିକ୍ରି କରି ଲାଭବାନ ହେଉଛନ୍ତି। ହେଲେ କଟକ ଜିଲ୍ଲା ନିଆଳୀ ବ୍ଲକ ସିଠାଳୋ ଶାସନପଦାରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଋତୁଚକ୍ର ହିସାବରେ ଆମ୍ୱ ଗଛରେ ଫଗୁଣରେ ବଉଳ ହୋଇଥାଏ। ହେଲେ ଶସନପଦାରେ ଧାରା ଶ୍ରାବଣରେ ବଉଳ ହେବା ସମସ୍ତଙ୍କୁ ତାଜୁବ୍ କରିଛି।

Advertisment

ରିପୋର୍ଟ- ନିଆଳୀରୁ ବିନୟ ମିଶ୍ର

Kendrapada Color Changing Mango Mango Man