Advertisment

ଗେଣ୍ଡୁ ଓ ପନିପରିବା ଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ

ମହିଳାମାନେ ପ୍ରଥମେ ଜଣକା ମାସକୁ ୧୦୦ ଟଙ୍କା ଲେଖାଏଁ ଆଦାୟ କରି ବ୍ୟାଙ୍କ ଖାତାରେ ଜମା କରୁଥିଲେ। ହେଲେ ନିଜ ରୋଷେଇ ଘରେ ଥିବା ଅଭାବକୁ ମର୍ମେର୍ମେ ଅନୁଭବ କରୁଥିଲେ। ସେଥିପାଇଁ ପନିପରିବା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ।

ଅଦ୍ୟତନ ହୋଇଛି
Flower

Flower

Advertisment

ଚାରି କାନ୍ଥରୁ ବାହାରିଛନ୍ତି ମହିଳା। ଖାଲି ବାହାରି ନାହାନ୍ତି, କାନ୍ଧକୁ କାନ୍ଧ ମିଳାଇ ଚାଲୁଛନ୍ତି। ସ୍ୱାବଲମ୍ୱି ହେଉଛନ୍ତି। ପରିବାର ଆର୍ଥିକ ବୋଝ ନିଜ ମୁଣ୍ଡ ଉପରକୁ ନେଉଛନ୍ତି। ପନିପରିବା ଓ ଗେଣ୍ଡୁ ଚାଷ କରି ବେଶ୍‌ ଲାଭବାନ ହେଉଛନ୍ତି। ଆଜି ଏଭଳି ଏକ ଭଲ ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରୁ।

Advertisment

ଘରର ଆର୍ଥିକ ଦୁଃଖ ପ୍ରଶମିତ କରିବା ପାଇଁ ବରୁଣାଡ଼ିଆ ପଞ୍ଚାୟତର କେତେକ ମହିଳା ମିଶି ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ତିଆରି କରିଥିଲେ। ନାଁ ରଖିଥିଲେ ଲକ୍ଷ୍ମୀବରାହ ମହିଳା ମହାସଂଘ। ମହିଳାମାନେ ପ୍ରଥମେ ଜଣକା ମାସକୁ ୧୦୦ ଟଙ୍କା ଲେଖାଏଁ ଆଦାୟ କରି ବ୍ୟାଙ୍କ ଖାତାରେ ଜମା କରୁଥିଲେ। ହେଲେ ନିଜ ରୋଷେଇ ଘରେ ଥିବା ଅଭାବକୁ ମର୍ମେର୍ମେ ଅନୁଭବ କରୁଥିଲେ। ସେଥିପାଇଁ ପନିପରିବା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ।

Aliମହିଳାମାନେ ଚାଷ ଜମିରୁ କଲତା ତୋଳୁଛନ୍ତି

ଖରସ୍ରୋତା ନଦୀ ପଠାକୁ ଲାଗିଥିବା ୧୨ ହେକ୍ଟର ଚାଷ ଜମିକୁ ମହିଳାମାନେ ଲିଜ୍‌ ସୂତ୍ରରେ ନେଇଥିଲେ। ପରେ ସେଥିରେ କାକୁଡି, କଲରା, କଖାରୁ, କୋବି, ଆଳୁ, ମୁଗ, ଚିନାବାଦାମ ଆଦି ଚାଷ କରିଥିଲେ। ପରିବାର ଦୁଃଖ ଯଞ୍ଜାଳ ବୁଝି ସାରିବା ପରେ ମହିଳାମାନେ ଘରୁ ବାହାରି ଆସୁଥିଲେ। ଆଉ ଲାଗି ଯାଉଥିଲେ ଚାଷ ଜମିରେ।

Advertisment

ମହିଳାମାନେ ଉପୁଜାଉଥିବା ପନିପରିବାକୁ ଆଳି, ରାଜକନିକା, ଭଦ୍ରକ ଜିଲ୍ଲା ଚନ୍ଦବାଲିରୁ ଆସୁଥିବା ବେପାରୀମାନେ ନେଇଯାଉଛନ୍ତି। ୮ରୁ ୯ ବର୍ଷ ଧରି ମହିଳାମାନେ ଏପରି ପରିବା ଚାଷ କରୁଛନ୍ତି। ତେବେ ଗତବର୍ଷଠାରୁ ଉଦ୍ୟନ ବିଭାଗ ସହଯୋଗରେ ମହିଳା ଗୋଟିଏ ହେକ୍ଟର ଜମିରେ ଗେଣ୍ଡୁ ଚାଷ କରିଛନ୍ତି। ବେଶ୍‌ ଲାଭ ମଧ୍ୟ ପାଉଛନ୍ତି। ଗେଣ୍ଡୁ ଫୁଲକୁ ସ୍ଥାନୀୟ ଅଞ୍ଚଳରେ ବିକି ଦେଉଥିବା ମହିଳାମାନେ କହିଛନ୍ତି।

Flowerମହିଳାମାନେ ଫୁଲ ତୋଳୁଛନ୍ତି
ଲକ୍ଷ୍ମୀବରାହ ମହାସଂଘର ସଭ୍ୟା କଳ୍ପଲତା ସେନାପତି କହିଛନ୍ତି, ରୋଷେଇ ଘରର ଦୁଃଖ ମେଣ୍ଟାଇବା ପାଇଁ ପରିବା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲୁ। ପରବର୍ତ୍ତି ସମୟରେ ଆମେ ମିଶି ପରିବା ଚାଷ କରିଥିଲୁ। ପନି ପରିବା ମଧ୍ୟ ଭଲ ଫଳିଥିଲା। ପନି ପରିବାକୁ ବେପାରୀମାନେ ଆସି ନେଇଯାଉଛନ୍ତି। ଭଲ ରୋଜଗାର ହେଉଛି ବୋଲି କଳ୍ପଲତା ସେନାପତି କହିଛନ୍ତି।

ରାଜକନିକା ବ୍ଲକ ମିଶନଶକ୍ତି ସଂଯୋଜକ ସୁଶାନ୍ତ କୁମାର ମଳିକ କହିଛନ୍ତି, ମହିଳମାନେ ପୂର୍ବରୁ ପନିପରିବା ଚାଷ କରୁଥିଲେ। ଗତବର୍ଷ ମହିଳାମାନେ ପ୍ରଥମ ଥର ପାଇଁ ଗେଣ୍ଡୁ ଚାଷ କରିଥିଲେ। ଏଥିପାଇଁ ଉଦ୍ୟନ ବିଭାଗ ସହଯୋଗ କରିଥିଲା। ଏହାଛଡ଼ା ପନିପରିବା ରଖିବା ପାଇଁ ଗୋଟିଏ କୋଲଡ୍‌ ଭଣ୍ଡାର ମଧ୍ୟ କରାଯାଇଛି ବୋଲି ଶ୍ରୀ ମଳିକ କହିଛନ୍ତି।

ରିପୋର୍ଟ- ଆଳିରୁ ବନମାଳୀ ସାହୁ

Odisha Agriculture Shg Women Odisha Shg Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe