Advertisment

ନାଳରେ ବାସନ ମାଜୁଥିଲେ, ଟାଣି ନେଲା କୁମ୍ଭୀର

ସୀତାଙ୍କ ଚିତ୍କାର ଶୁଣି ନାଳ ପାଖକୁ ଧାଇଁ ଆସିଥିଲେ ସାହିଭାଇ। ହେଲେ ସେତେବେଳକୁ କୁମ୍ପୀର ତାଙ୍କୁ ବହୁ ଦୂରକୁ ନେଇଯାଇଥିଲା। ସେପଟେ ନାଳଟି ଦଳରେ ଭର୍ତ୍ତି ହୋଇଥିବାରୁ ଗାଁ ଲୋକେ ପଶିବାକୁ ସାହସ କରିପାରିନଥିଲେ।

author-image
Manoranjan Sial
Crocodile

Crocodile

କିଏ ଜାଣିଥିଲା ଏମିତି ହେବ? ସ୍କୁଲ ଯାଇଥିବା ପୁଅ ପାଇଁ ରୋଷେଇ କରି ନାଳରେ ବାସନ ମାଜୁଥିଲେ। ଟାଣି ନେଇଗଲା କୁମ୍ଭୀର। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପତ୍ତା ମିଳିଳି। ସେପଟେ ମାଆକୁ କୁମ୍ଭୀର ଟାଣି ନେଇଥିବା ଖବର ପାଇ ସ୍କୁଲରୁ ଆସି ବୁକୁ ଫଟାଇ କାନ୍ଦୁଛନ୍ତି ଏକମାତ୍ର ପୁଅ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଘଟିଛି।

Advertisment

ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ବୈଲୋଚନ ଦାସ ରାଜ୍ୟ ବାହାକୁ ଦାଦନ ଖଟିବାକୁ ଯାଇଛନ୍ତି। ଘରେ ପତ୍ନୀ ସୀତା ଓ ପୁଅ ରୁହନ୍ତି। ଆଜି ସ୍କୁଲ ଖୋଲିଥିବା ନବମ ଶ୍ରେଣରେ ପଢ଼ୁଥିବା ପୁଅ ସ୍କୁଲ ଯାଇଥିଲେ। ଆଉ ଘରେ ଏକାକୀ ଥିଲେ ସୀତା। ମଧ୍ୟାହ୍ନ ଖାଇ କରି ଘର ପାଖ ଦେଇ ବୋହିଯାଇଥିବା ବ୍ରାହ୍ମଣୀର ଶାଖା ଚରଡ଼ିଆ ନାଳରେ ବାସନ କୁସନ୍‌ ମାଜୁଥିଲେ ସୀତା। ଠିକ୍‌ ସମୟରେ ଦଳ ଭିତରେ ଲୋଚି ରହିଥିବା କୁମ୍ଭୀର ତାଙ୍କୁ ଝାମ୍ପି ନେଇଥିଲା।

ସୀତାଙ୍କ ଚିତ୍କାର ଶୁଣି ନାଳ ପାଖକୁ ଧାଇଁ ଆସିଥିଲେ ସାହିଭାଇ। ହେଲେ ସେତେବେଳକୁ କୁମ୍ପୀର ତାଙ୍କୁ ବହୁ ଦୂରକୁ ନେଇଯାଇଥିଲା। ସେପଟେ ନାଳଟି ଦଳରେ ଭର୍ତ୍ତି ହୋଇଥିବାରୁ ଗାଁ ଲୋକେ ପଶିବାକୁ ସାହସ କରିପାରିନଥିଲେ। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ନାଳ ପାଖେ ପାଖେ ଖୋଜୁଛନ୍ତି। ବର୍ତ୍ତମାନ ସୁଦ୍ଧା ସୀତାଙ୍କ ପତ୍ତା ପାଇନାହାନ୍ତି। ସେପଟେ ମାଆକୁ କୁମ୍ଭୀର ଟାଣି ନେଇଥିବା ଖବର ପାଇ ସ୍କୁଲରୁ ଧାଇଁ ଆସିଥିଲେ ପୁଅ। ନାଳ ପାଖରେ ବୁକୁ ଫଟାଇ କାନ୍ଦୁଛନ୍ତି।

Advertisment

ସମାନ ଚିତ୍ର ୧୪ ତାରିଖରେ ଘଟିଥିଲା। ମାଆ ପୁଅ ବ୍ରାହ୍ମଣୀରେ ଗାଧୋଉଥିଲେ। ମାଆ ଆଗରୁ ପୁଅକୁ କୁମ୍ଭୀର ଟାଣି ନେଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା।

ରିପୋର୍ଟ-ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

Crocodile Kendrapara Crocodile Attack