Advertisment

ମୋବାଇଲ ଚାର୍ଜ ବସାଇବାକୁ ଡାକିଲା, କବାଟ ଖୋଲିବାରୁ ଟାଣି ନେଇ ଦୁଷ୍କର୍ମ କଲା !

ଆଳି ଥାନା ଅଞ୍ଚଳର ଦେବାଶିଷ ସାମଲଙ୍କ ଭଡ଼ା ଘରେ ରହୁଥିଲେ ସ୍ୱାମୀ ଓ ସ୍ତ୍ରୀ। ଫେବ୍ରୁଆରୀ ମାସରୁ ସେମାନେ ରହି ଆସୁଥିଲେ। ସବୁଦିନ ପରି ସୋମବାର ଅପରାହ୍ନରେ ମହିଳାଙ୍କ ସ୍ୱାମୀ ଅଫିସ୍‌ ଯାଇଥିଲେ। ଘରେ ମହିଳା ଜଣକ ଏକାକୀ ଥିଲେ। ମହିଳାଙ୍କ ସ୍ୱାମୀ ଅଫିସ୍‌ ଗଲା ପରେ ମୋବାଇଲ୍‌ ଚାର୍ଜ ବସାଇବା ବାହାନାରେ ଘର ମାଲିକ କବାଟ ବାଡ଼େଇଥିଲେ।

author-image
Manoranjan Sial
undefined

Rape

ମୋବାଇଲ ଚାର୍ଜ ବସାଇବାକୁ ଡାକିଲା ଘର ମାଲିକ। ଆଉ କବାଟ ଖୋଲିବା କ୍ଷଣୀ ଘର ଭିତରକୁ ଟାଣି ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ଘର ମାଲିକକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଆଳି ଥାନା ଅଞ୍ଚଳର ଦେବାଶିଷ ସାମଲଙ୍କ ଭଡ଼ା ଘରେ ରହୁଥିଲେ ସ୍ୱାମୀ ଓ ସ୍ତ୍ରୀ। ଫେବ୍ରୁଆରୀ ମାସରୁ ସେମାନେ ରହି ଆସୁଥିଲେ। ସବୁଦିନ ପରି ସୋମବାର ଅପରାହ୍ନରେ ମହିଳାଙ୍କ ସ୍ୱାମୀ ଅଫିସ୍‌ ଯାଇଥିଲେ। ଘରେ ମହିଳା ଜଣକ ଏକାକୀ ଥିଲେ। ମହିଳାଙ୍କ ସ୍ୱାମୀ ଅଫିସ୍‌ ଗଲା ପରେ ମୋବାଇଲ୍‌ ଚାର୍ଜ ବସାଇବା ବାହାନାରେ ଘର ମାଲିକ କବାଟ ବାଡ଼େଇଥିଲେ। ଘରେ ନାହାନ୍ତି ବୋଲି କହି ମହିଳା ଜଣକ କବାଟ ଖୋଲିନଥିଲେ।

ଘର ମାଲିକ ବାରମ୍ୱାର ଡାକିବାରୁ ମହିଳା ଜଣକ କବାଟ ଖୋଲିଥିବା ଅଭିଯୋଗ ହୋଇଥିଲା। ଏହା ପରେ ସେ ବାଧ୍ୟହୋଇ କବାଟ ଖୋଲିଥିଲେ। ମହିଳା ଜଣକ କବାଟ ଖୋଲିବା କ୍ଷଣୀ ସେ ତାଙ୍କୁ (ମହିଳା) ଘର ଭିତରକୁ ଟାଣି ନେଇଥିଲେ। ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଘର ମାଲିକ ଦେବାଶିଷ ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ରିପୋର୍ଟ- ଆଳିରୁ ବନମାଳି ସାହୁ

Rape Kendrapada