Advertisment

ମାଛ ଧରୁଥିଲେ ମହିଳା, ଭିଡ଼ି ନେଲା କୁମ୍ଭୀର!

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ଖରିନାସୀ ଗ୍ରାମରେ ଘଟିଛି ଏହି ଅଭାବନିୟ ଘଟଣା।

author-image
Niranjan Mishra
ଅଦ୍ୟତନ ହୋଇଛି
neighbour Woman

neighbour Woman

କୁମ୍ଭୀର ଆକ୍ରମଣରେ ମହିଳା ମୃତ! କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ଖରିନାସୀ ଗ୍ରାମରେ ଘଟିଛି ଏହି ଅଭାବନିୟ ଘଟଣା। ମହିଳା ଜଣଙ୍କ ଖାରନାଶି ଗ୍ରାମର କୌଶଲ୍ୟା ମଣ୍ଡଳ। ସ୍ଥାନୀୟ ସଂରକ୍ଷିତ ଜଙ୍ଗଲ କଡରେ ଥିବା ଜମ୍ବୁ ନଦୀକୁ ସେ ଅପରାହ୍ନରେ ମାଛ ଧରିବା ପାଇଁ ୩ ଜଣ ମହିଳାଙ୍କ ସହ ଯାଇଥିଲେ।

Advertisment

ସମସ୍ତେ ଧାଡି ହୋଇ ମାଛ ଧରୁଥିବା ବେଳେ ପଛରେ ଥିବା କୌଶଲ୍ୟା ମଣ୍ଡଳଙ୍କୁ କୁମ୍ଭୀର ଟାଣି ନେଇଯାଇଥିଲା। ସାଙ୍ଗରେ ଥିବା ଅନ୍ୟ ୩ ମହିଳା ଚିତ୍କାର କରିବାରୁ ପାଟି ଶୁଣି କିଛି ଲୋକ ଡଙ୍ଗା ଧରି ପହଞ୍ଚି ଖୋଜାଖୋଜି କରିଥିଲେ। କିଛି ସମୟ ପରେ କୌଶଲ୍ୟାଙ୍କ ମୃତଦେହ ଭାସିଥିଲା। ମୃତଦେହ ନାଳରୁ ଉପରକୁ ଆଣିବା ପରେ କୌଶଲ୍ୟାଙ୍କ ପେଟ ଗୋଡରେ କୁମ୍ଭୀର ଆକ୍ରମଣର କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା।

ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Crocodile Attack