Advertisment

ବନ୍ଧୁ ସାଜିଲା ବଇରୀ, ବୁଲିବାକୁ ଡାକି ଗୁପ୍ତାଙ୍ଗ କାଟିଦେଲା

ଅକ୍ଷୟ ଓ ଭାଗବତ ଉଭୟ ଫେସବୁକରୁ ପରସ୍ପରକୁ ଚିହ୍ନିଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧତ୍ୱ ସ୍ଥାପନ ହୋଇଥିଲା।

ଅଦ୍ୟତନ ହୋଇଛି
Bhagwat  Das

Bhagwat Das

Advertisment

ବନ୍ଧୁ ସାଜିଲା ବଇରୀ। ବିଶ୍ୱାସରେ ଦେଲା ବିଷ। ବେଳାଭୂମି ବୁଲିବାକୁ ଡାକିନେଇ ସାଙ୍ଗର ଗୁପ୍ତାଙ୍ଗ କାଟିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ପେଣ୍ଠ ବେଳାଭୂମିରେ। ଗୁରୁତର ଭାଗବତ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁରେ ବୋଲି ଜଣାଯାଇଛି। ଅଭିଯୁକ୍ତ ଅକ୍ଷୟ ରାଉତଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କ ଘର ଆଳି ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ଅକ୍ଷୟ ଓ ଭାଗବତ ଉଭୟ ଫେସବୁକରୁ ପରସ୍ପରକୁ ଜାଣିଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧତ୍ୱ ସ୍ଥାପନ ହେଲା। ଏହାରି ଭିତରେ ଏତେ ସମ୍ପର୍କ ନିବିଡ଼ ହୋଇଯାଇଥିଲା ଯେ ଅକ୍ଷୟ ଭାଗବତଙ୍କ ଘରକୁ ଆସି ରହୁଥିଲେ। ଭାଗବତ ମଧ୍ୟ ଅକ୍ଷୟଙ୍କ ଘରେ ରହୁଥିଲେ। 

ଗତକାଲି ଦିନ ପ୍ରାୟ ୧୦ଟା ବେଳେ ଅକ୍ଷୟ ନିଜ ଅଟୋ ନେଇ ଭାଗବତଙ୍କ ଘରେ ପହଞ୍ଚିଥିଲେ। ରାଜନଗର ପେଣ୍ଠ ବେଳାଭୂମି ଯିବାକୁ ଭାଗବତଙ୍କୁ ଡାକି ଥିଲେ। ଅକ୍ଷୟଙ୍କ କଥାରେ ଭାଗବତ ରାଜି ହୋଇଯାଇଥିଲେ। ଦୁଇ ବନ୍ଧୁ ବେଳାଭୂମି ବୁଲିବାକୁ ବାହାରି ଯାଇଥିଲେ। ବେଳାଭୂମିରେ ପହଞ୍ଚି ଅକ୍ଷୟ ଓ ଭାଗବତ ବୁଲାବୁଲି କରିବା ସହ ଭୋଜନ ମଧ୍ୟ କରିଥିଲେ। ପରେ ସେଠାରେ ଦୁଇ ଜଣ ବିଶ୍ରାମ ନେଇଥିଲେ।

Advertisment

ଏହି ସମୟରେ ଅକ୍ଷୟ ହଠାତ୍ ଉଠିଯାଇ ନିଜ ଅଟୋରୁ ଏକ ଧାରୁଆ ଅସ୍ତ୍ର ଆଣି ଭାଗବତଙ୍କ ଗୁପ୍ତାଙ୍କ ଉପରେ ଚୋଟ ପକାଇଥିଲେ। ସେ ଦୁଇରୁ ୩ ଥର ଚୋଟ ପକାଇଥିଲେ। ପରେ ସେଠାରୁ ଅକ୍ଷୟ ଚମ୍ପଟ ମାରଥିଲେ। ରକ୍ତଜୁଡ଼ୁବୁଡୁ ଅବସ୍ଥାରେ ଭାଗବତ ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ। ପରିବାର ଲୋକେ ପହଞ୍ଚି ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଭାଗବତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ପୁଲିସ ସମୁଦ୍ର କୂଳରୁ ଅକ୍ଷୟଙ୍କ ଜୋତା ଓ ଏକ ବିଷ ବୋତଲ ଉଦ୍ଧାର କରିଛି। ଏହାସହ ଅକ୍ଷୟଙ୍କ ଅଟୋକୁ ମଧ୍ୟ ଜବତଛି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଏମିତି ଏକ ଘଟଣା କାହିଁକି ଘଟି଼ଲା, ତାହା ଜଣାପଡ଼ିନାହିଁ। 

Odisha Police Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe