କେନ୍ଦ୍ରୀୟ ଅନୁଦାନ ଠିକ୍‌ରେ ଖର୍ଚ୍ଚ କରିପାରୁନି ଓଡ଼ିଶା: କେନ୍ଦ୍ର କୃଷିମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରୀୟ ଅନୁଦାନ ଓଡ଼ିଶା ଠିକ୍‌ରେ ଖର୍ଚ୍ଚ କରିପାରୁନାହିଁ। ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ମନ୍ଥର ଗତିରେ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ବରଗଡ଼ ଚାଷୀ ସମାବେଶର ଦିନକ ପୂର୍ବରୁ ଆଜି ଭୁବନେଶ୍ୱରରେ ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ। ଏଥିପାଇଁ ସେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେହିପରି ବିଜେପିର ଚାଷୀ ସମାବେଶକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଶିଳ୍ପ ଉପରେ ଗୁରୁତ୍ୱ ଦେଉଥିବା ମୋଦି ସରକାରଙ୍କର ଏତେଦିନ ପରେ କାହିଁକି ଚାଷୀ କଥା […]

radhamahana-shing

radhamahana-shing

Rakesh Mallick
  • Published: Saturday, 20 February 2016
  • Updated: 20 February 2016, 05:18 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରୀୟ ଅନୁଦାନ ଓଡ଼ିଶା ଠିକ୍‌ରେ ଖର୍ଚ୍ଚ କରିପାରୁନାହିଁ। ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ମନ୍ଥର ଗତିରେ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ବରଗଡ଼ ଚାଷୀ ସମାବେଶର ଦିନକ ପୂର୍ବରୁ ଆଜି ଭୁବନେଶ୍ୱରରେ ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ। ଏଥିପାଇଁ ସେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେହିପରି ବିଜେପିର ଚାଷୀ ସମାବେଶକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଶିଳ୍ପ ଉପରେ ଗୁରୁତ୍ୱ ଦେଉଥିବା ମୋଦି ସରକାରଙ୍କର ଏତେଦିନ ପରେ କାହିଁକି ଚାଷୀ କଥା ମନେ ପଡିଲା ବୋଲି ବିଜେଡି ପ୍ରଶ୍ନ କରିଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ସିଂହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଭୁବନେଶ୍ୱରରେ ରାଜ୍ୟ କୃଷି ଓ ସମବାୟ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରି ଅସନ୍ତୋଷ ପ୍ରକାଶ କରିବା ସହ ଓଡ଼ିଶାରେ କୃଷି ସମ୍ପର୍କିତ ବିଭିନ୍ନ ଯୋଜନା ମନ୍ଥର ଗତିରେ ଚାଲିଛି। କେନ୍ଦ୍ରୀୟ ଅନୁଦାନ ଠିକରେ ଖର୍ଚ୍ଚ ହୋଇପାରୁନାହିଁ। ଠିକ ସମୟରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର ଡିପିଆର କେନ୍ଦ୍ର ପାଖରେ ରାଜ୍ୟ ଦାଖଲ କରି ନ ଥିବାରୁ ଓଡ଼ିଶା ୫୦ କୋଟି ଟଙ୍କା ହରାଇ ଥିବା ସେ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ସିଂହ କହିଛନ୍ତି, ଯେଉଁ ଯୋଜନାରେ ଯେତିକି ଅର୍ଥ ଆସିଛି ତାହା ଖର୍ଚ୍ଚ ହେବା ପରେ ପୁଣି ଅର୍ଥ ଆସିବ। ସମୀକ୍ଷାରୁ କୃଷି ଯୋଜନାରେ ଯେମିତି ଖର୍ଚ୍ଚ ହେବା କଥା ହେଉ ନ ଥିବା ସେ କହିଛନ୍ତି।

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ପ୍ରାୟ ୭୦ରୁ ୮୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। ଟାର୍ଗେଟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ଏହି ସମୟ ମଧ୍ୟରେ ବାକି ଅର୍ଥ ଖର୍ଚ୍ଚ କରି କେନ୍ଦ୍ର ସରକାରଙ୍କୁ ୟୁସି କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବୁ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ବରଗଡ଼ ଚାଷୀ ସମାବେଶ ପୂର୍ବରୁ ରାଜ୍ୟ ରାଜନୀତି ଜୋର ଧରିଛି। କ୍ଷମତାକୁ ଆସିବାର ଏତେଦିନ ପରେ ଏବେ କାହିଁକି ମୋଦି ସରକାରଙ୍କର ଚାଷୀ କଥା ମନେ ପଡିଲା ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ  ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କେଉଁଠି ନା କେଉଁଠି କେନ୍ଦ୍ର ସରକାର ଚାଷୀଙ୍କଠାରୁ ଦୂରେଇ ଯାଇଥିବା ଅନୁଭବ କରିଛନ୍ତି। ତେଣୁ କ୍ଷମତାକୁ ଆସିବାର ୨ ବର୍ଷ ପରେ ଚାଷୀଙ୍କ ପାଖକୁ ଆସିବାକୁ ଚେଷ୍ଟା କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଏଭଳି ଅଭିଯୋଗ ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାର ଚାହୁଁଛନ୍ତି ଚାଷୀଙ୍କ ମେରୁଦଣ୍ଡ ସୁଦୃଢ ହେଉ। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କି କି ଯୋଜନା କାର୍ଯ୍ୟକାରୀ କରିଛନ୍ତି, ତାହା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଚାଷୀ ସମାବେଶର ଆୟୋଜନ କରାଯାଇଛି।

ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ଉଭୟ ବିଜେଡି ଓ ବିଜେପି କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ଚାଷୀଙ୍କୁ ଠକୁଛନ୍ତି। ଚାଷୀଙ୍କ ପ୍ରତି ସେମାନଙ୍କ ଆଦୌ ସମବେଦନା ନାହିଁ। ତୁରନ୍ତ ଚାଷୀଙ୍କୁ ମରୁଡି ଟଙ୍କା ପ୍ରଦାନ କରାଯିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story