Advertisment

୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ

ନରସିଂହପୁର(ଦିଲ୍ଲୀପ ପଣ୍ଡା): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ବେଆଇନ କେନ୍ଦୁପତ୍ର ଚୋରା କାରବାର ନେଇ ସୂଚନା ପାଇ ବନବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ପତ୍ର ଜବତ କରିଛି। ରଣସିଂହପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗାଁରେ ଥିବା କୁସାଙ୍ଗୀ ତଇଲା ଏବଂ କାନପୁର ଥାନା ଅନ୍ତର୍ଗତ ରଂଗଡ଼ବା ଗାଁର ମାଳୁଆଦିହରେ ବେଆଇନ କେନ୍ଦୁପତ୍ର ଚୋରା କାରବାର ନେଇ ବନବିଭାଗ  ସୂଚନା ପାଇଥିଲା ।  ଏହାପରେ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କ ନିର୍ଦ୍ଦେଶରେ ଆଠଗଡ଼ ଓ  ନରସିଂହପୁର ବନ ବିଭାଗ […]

ଅଦ୍ୟତନ ହୋଇଛି
୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ

ctc

Advertisment

ନରସିଂହପୁର(ଦିଲ୍ଲୀପ ପଣ୍ଡା): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ବେଆଇନ କେନ୍ଦୁପତ୍ର ଚୋରା କାରବାର ନେଇ ସୂଚନା ପାଇ ବନବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ପତ୍ର ଜବତ କରିଛି।

Advertisment

publive-image

ରଣସିଂହପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗାଁରେ ଥିବା କୁସାଙ୍ଗୀ ତଇଲା ଏବଂ କାନପୁର ଥାନା ଅନ୍ତର୍ଗତ ରଂଗଡ଼ବା ଗାଁର ମାଳୁଆଦିହରେ ବେଆଇନ କେନ୍ଦୁପତ୍ର ଚୋରା କାରବାର ନେଇ ବନବିଭାଗ  ସୂଚନା ପାଇଥିଲା ।  ଏହାପରେ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କ ନିର୍ଦ୍ଦେଶରେ ଆଠଗଡ଼ ଓ  ନରସିଂହପୁର ବନ ବିଭାଗ କର୍ମଚାରୀ ମିଳିତ ଭାବେ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଚୋରା କେନ୍ଦୁପତ୍ର ଜବତ କରିଥିଲେ। ଜବତ କେନ୍ଦୁପତ୍ରର  ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ତେବେ ଜବତ ହୋଇଥିବା କେନ୍ଦୁପତ୍ରକୁ ନରସିଂହପୁରଠାରେ ଥିବା କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମକୁ ବନ ବିଭାଗ ହସ୍ତାନ୍ତର କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe