କେନ୍ଦୁଝର: ସିରାଜୁଦ୍ଦିନ୍ ଖଣି ଅଫିସ୍‌ରେ ବୋମାମାଡ଼, ଜଣେ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସିରାଜୁଦ୍ଦିନ୍ ଖଣି ଅଫିସ୍‌ରେ ଥିବା ବି-ପ୍ଳଟ୍‌ ଷ୍ଟାଫ୍‌ କ୍ୱାର୍ଟର୍ସ ଉପରେ ଶୁକ୍ରବାର ରାତିରେ ବୋମାମାଡ଼ ହୋଇଛି। ବୋମାମାଡରେ  ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବାମେବାରୀ ପୋଲିସ୍‌ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବୋମାମାଡ଼ର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ  ଘଟଣାସ୍ଥଳରୁ ଆଉ ଏକ ଅଫୁଟା ବୋମା ଜବତ ହୋଇଛି।