ଗିରଫ ଡିଏସ୍ଏସ୍ଓ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସ୍ଏସ୍ଓ) ବିପ୍ଳବ କେଶରୀ ସାମନ୍ତରାୟ। ଆଜି ସେ ଏକ ଏନ୍ଜିଓଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଫୋନ୍ ପେ’ରେ ସେ ଏହି ଲାଞ୍ଚ ଅର୍ଥ ଗ୍ରହଣ କରିଥିଲେ।
କେନ୍ଦୁଝର ଡିଏସ୍ଏସ୍ଓ ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ମାଗୁଥିବା ନେଇ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଥିଲା। ସେ ଏନ୍ଜିଓଗୁଡ଼ିକରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ଅଧୀନରେ ଏନ୍ଜିଓଗୁଡ଼ିକ ସହିତ ଚୁକ୍ତି ସ୍ୱାକ୍ଷର କରିବା ହେଉ ଅବା ସେମାନଙ୍କୁ ସହାୟତା ରାଶି ପ୍ରଦାନ ହେଉ ବା ବକେୟା ବିଲ୍ ପ୍ରଦାନ ପାଇଁ ଶ୍ରୀ ସାମନ୍ତରାୟ ଲାଞ୍ଚ ମାଗୁଥିଲେ। ସେହିପରି ବିଭିନ୍ନ ଲୋକଙ୍କ କାମ କରିଦେବା ପାଇଁ ସେ ଲାଞ୍ଚ ମାଗୁଥିଲେ ବୋଲି ଅଭିଯୋଗ ହୋଇଥିବା କହିଛି ଭିଜିଲାନ୍ସ।
ଶ୍ରୀ ସାମନ୍ତରାୟ ଫୋନ୍ ପେ’ରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିଲେ। ଏଥିପାଇଁ ସେ ନିଜ ଫୋନ୍ ପେ’ ଏକାଉଣ୍ଟକୁ ବ୍ୟବହାର କରୁଥିଲେ। ତା’ ସହିତ ତାଙ୍କ ପରିବାର ଲୋକ, ସଂପର୍କୀୟ ଓ ଅଫିସର ସହକର୍ମୀମାନଙ୍କ ଫୋନ୍ ପେ’ ଆକାଉଣ୍ଟକୁ ବ୍ୟବହାର କରି ସେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିଲେ।
ତଦନ୍ତ ବେଳେ ଭିଜିଲାନ୍ସ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଫୋନ୍ ପେ’ ମାଧ୍ୟମରେ ଅଭିଯୁକ୍ତ ବିଭିନ୍ନ ଏନଜିଓ ସହିତ ଲୋକଙ୍କଠାରୁ ବହୁ ଅର୍ଥ ନେଇଛନ୍ତି ନେଇଛନ୍ତି। ଏହାକୁ ନେଇ ଅଧିକ ତଦନ୍ତ କରାଯାଉଛି।
ଲାଞ୍ଚ ନେଇ ଗିରଫ ହେବା ପରେ ଡିଏସ୍ଏସ୍ଓ ଶ୍ରୀ ସାମନ୍ତରାୟଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ତାଙ୍କର ୧୦ଟି ପ୍ଲଟ୍ ରହିଛି। ତା’ ସହିତ ଗୋଟିଏ ୩ ମହଲା କୋଠା, ଗୋଟିଏ ସିମ୍ପ୍ଲେକ୍ସ ଘର ଓ ଗୋଟିଏ ଫାର୍ମ ହାଉସ୍ ଆଦି ଠାବ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/06/dsso-2025-11-06-17-54-48.jpg)