Advertisment

ଚମ୍ପୁଆରେ ହାତୀଙ୍କ ଉପଦ୍ରବ, ନଷ୍ଟ କରି ଦେଉଛନ୍ତି ଧାନ ଫସଲ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଅଧୀନ ବର୍ଦ୍ଧନା ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ହାତୀ ଉପଦ୍ରବ କରୁଛନ୍ତି। ଗତକାଲି ପ୍ରାୟ ୨୨ଟି ହାତୀ ଆସି ଏ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀ ପଲକୁ ଘଉଡ଼ାଇବା ବେଳେ ସେମାନେ ଆକ୍ରମଣ କରିଥିଲେ। ହାତୀ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ମାନଗୋବିନ୍ଦ ମହାନ୍ତ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଉ କିଛି ଦିନ ପରେ ଧାନ ଅମଳ ହେବାକୁ ଥିବା ବେଳେ ଏତେ ସଂଖ୍ୟାରେ ହାତୀ ଆସି ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe