Advertisment

କେନ୍ଦୁଝର: ହଳଧରପୁର ଗାଁରେ ଗୁଳି କରି ଲୁଟି ନେଲେ ୩ ଲକ୍ଷ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହଳଧରପୁର ଗାଁରେ ଗୁଳି କରି ଦୁର୍ବୃତ୍ତମାନେ ବୁଧବାର ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ୩ ଲକ୍ଷ ଟଙ୍କା। ଗୁଳିକାଣ୍ଡରେ ଏହି ଗାଁର ଗୌତମ ମହାନ୍ତ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଚିକିତ୍ସା ଲାଗି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୌତମ ଜଣେ ବ୍ୟବସାୟୀଙ୍କ ଘରକୁ ହଠାତ୍ ୧୫ରୁ ୨୦ଜଣ ଦୁର୍ବୃତ୍ତମାନେ ପଶି ଗୁଳି ଚଳାଇଥିଲେ। ତା ପରେ ସେମାନେ ଘରେ ଥିବା […]

author-image
Rakesh Mallick
ଅଦ୍ୟତନ ହୋଇଛି
କେନ୍ଦୁଝର: ହଳଧରପୁର ଗାଁରେ ଗୁଳି କରି ଲୁଟି ନେଲେ ୩ ଲକ୍ଷ, ଜଣେ ଗୁରୁତର

kandujahr-faring

kandujahr-faringକେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହଳଧରପୁର ଗାଁରେ ଗୁଳି କରି ଦୁର୍ବୃତ୍ତମାନେ ବୁଧବାର ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ୩ ଲକ୍ଷ ଟଙ୍କା। ଗୁଳିକାଣ୍ଡରେ ଏହି ଗାଁର ଗୌତମ ମହାନ୍ତ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଚିକିତ୍ସା ଲାଗି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୌତମ ଜଣେ ବ୍ୟବସାୟୀଙ୍କ ଘରକୁ ହଠାତ୍ ୧୫ରୁ ୨୦ଜଣ ଦୁର୍ବୃତ୍ତମାନେ ପଶି ଗୁଳି ଚଳାଇଥିଲେ। ତା ପରେ ସେମାନେ ଘରେ ଥିବା ୩ଲକ୍ଷ ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ଖବର ପାଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

Advertisment