ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନାରାୟଣ ଚନ୍ଦ୍ର ମଲ୍ଲିକ। ସେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।
ଆଜି ସକାଳେ ନାରାୟଣ ଏକ ମିଟିଂରେ ଯୋଗ ଦେବାକୁ କେନ୍ଦୁଝରରୁ କାର୍ ଯୋଗେ ଆନନ୍ଦପୁର ଅଭିମୁଖେ ଆସୁଥିଲେ। ଦରଖଳା ଘାଟି ନିକଟରେ ତାଙ୍କ କାର୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ପୁଲିସ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହା ସହ ନାରାୟଣଙ୍କ ପରିବାର ଲୋକଙ୍କ ଖବର ଦେଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଶ୍ରୀମନ୍ଦିରରେ ପିଟାପିଟି ଲାଗିଲେ ଦୁଇ ସେବାୟତ ଗୋଷ୍ଠୀ
ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ ହୋଇଥିଲେ।
Crime
ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସନ୍ଦେହ ଘେରରେ ଘର ମାଲିକ!
ବିଶୋଇ ଥାନା ଅଞ୍ଚଳର ବୁଦ୍ଧାଦିତ୍ୟ ନାୟକ ଦୀର୍ଘ ବର୍ଷ ଧରି ମେସରେ ରହି ପାଠ ପଢୁଥିଲେ। ଆଜି ମେସ୍ର ସିଡି ଘରରେ ବେକରେ ରଶି ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଘର ମାଲିକ ବାରିପଦା ସଦର ଥାନାକୁ ଖବର ଦେଇଥିଲେ।
Miscellaneous
ଲାଗିଛି ଡୋରି ଯିବି ମୁଁ ପୁରୀ... ପାଦରେ ଚାରି ଧାମ୍ ଯାତ୍ରାରେ ୟୁପି ଯୁବକ
ଅଯୋଧ୍ୟାରୁ କାଶି ବିଶ୍ୱନାଥ ଯାଇଥିଲେ ମିଥିଲେଶ। ବାବାଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୩ ଦିନ ହେଲା ପାଦରେ ଚାଲୁଛନ୍ତି। ପିଠିରେ ଝୁଲୁଥିବା ବ୍ୟାଗରେ ତ୍ରିରଙ୍ଗା ଓ ସନାତନ ପତାକୁ ଉଡାଇ ଚାଲିଛନ୍ତି।
Politics
ଡିସେମ୍ବରରେ ମିଳିବ ନାହିଁ ସୁଭଦ୍ରା ଟଙ୍କା; ଯାଞ୍ଚ ପରେ ପାଇବେ ହିତାଧିକାରୀ
୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୪ର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ।
Accident
ମା’ ଓ ୨ ପୁଅଙ୍କ ଉପରେ ମାଡ଼ିଗଲା କାର୍
ଦୁର୍ଘଟଣାପରେ ପୁଲିସ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉ଼ଚରା କରୁଛି ଓ ଘଟଣାର ତଦନ୍ତ କରୁଛି।