Advertisment

ଓଲଟି ପଡ଼ିଲା କାର୍, ଚାଲିଗଲା ଏଲ୍‌ଆଇସି ବ୍ରାଞ୍ଚ ମ୍ୟାନେଜରଙ୍କ ଜୀବନ

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନାରାୟଣ ଚନ୍ଦ୍ର ମଲ୍ଲିକ। ସେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।  ଆଜି ସକାଳେ ନାରାୟଣ ଏକ ମିଟିଂରେ ଯୋଗ ଦେବାକୁ କେନ୍ଦୁଝରରୁ କାର୍‌ ଯୋଗେ […]

ଓଲଟି ପଡ଼ିଲା କାର୍, ଚାଲିଗଲା ଏଲ୍‌ଆଇସି ବ୍ରାଞ୍ଚ ମ୍ୟାନେଜରଙ୍କ ଜୀବନ

Car

Advertisment

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନାରାୟଣ ଚନ୍ଦ୍ର ମଲ୍ଲିକ। ସେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। 

Advertisment

ଆଜି ସକାଳେ ନାରାୟଣ ଏକ ମିଟିଂରେ ଯୋଗ ଦେବାକୁ କେନ୍ଦୁଝରରୁ କାର୍‌ ଯୋଗେ ଆନନ୍ଦପୁର ଅଭିମୁଖେ ଆସୁଥିଲେ। ଦରଖଳା ଘାଟି ନିକଟରେ ତାଙ୍କ କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ପୁଲିସ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହା ସହ ନାରାୟଣଙ୍କ ପରିବାର ଲୋକଙ୍କ ଖବର ଦେଇଛି। 

LIC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe