/odisha-reporter/media/post_attachments/uploadimage/library/16_9/16_9_0/Bear_1674700639.jpg)
Bear
ଗାଁରେ ପଶି ଲୋକମାନଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା ଭାଲୁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ଅଞ୍ଚଳରେ ଏହି ଘଟଣା ଘଟିଛି। ଭାଲୁ ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ୬ ଜଣଙ୍କୁ ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଏହି ୬ଜଣଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ବାଲିବନ୍ଧ, ଫକିରପୁର, ତୁଳସିପୁର, ବାଘିଆନସା, ନହବେଡ଼ା ଓ ଖେଣ୍ଡରା ଗାଁର ଲୋକେ।
Advertisment
ଗତକାଲି ସନ୍ଧ୍ୟା ସମୟରେ ନିକଟ ଜଙ୍ଗଲକୁ ଏକ ଭାଲୁ ବାଲିବନ୍ଧ ଅଞ୍ଚଳକୁ ପଶି ଆସିଥିଲା। ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଥିଲା। ଲୋକମାନେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଓ ସ୍ଥାନୀୟ ଲୋକେ ଭାଲୁକୁ ନିଆଁ କୋହଳା ମାଧ୍ୟମରେ ନିକଟ ଜଙ୍ଗଲକୁ ଘୋଡ଼ାଇ ଦେଇଥିଲେ।
ଭାଲୁଟି ନିକଟ ଜଙ୍ଗଲରେ ରହୁଥିବାରୁ ଗାଁ ଭିତରକୁ ପୁଣି ପଶି ଆସିବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ସେଥିପାଇଁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
