Advertisment

ଗୋଡ଼େଇ ଗୋଡ଼େଇ କାମୁଡ଼ିଲା ଭାଲୁ

ଭାଲୁଟି ନିକଟ ଜଙ୍ଗଲରେ ରହୁଥିବାରୁ ଗାଁ ଭିତରକୁ ପୁଣି ପଶି ଆସିବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ସେଥିପାଇଁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଅଦ୍ୟତନ ହୋଇଛି
Bear

Bear

Advertisment

ଗାଁରେ ପଶି ଲୋକମାନଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା ଭାଲୁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ଅଞ୍ଚଳରେ ଏହି ଘଟଣା ଘଟିଛି। ଭାଲୁ ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ୬ ଜଣଙ୍କୁ ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଏହି ୬ଜଣଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ବାଲିବନ୍ଧ, ଫକିରପୁର, ତୁଳସିପୁର, ବାଘିଆନସା, ନହବେଡ଼ା ଓ ଖେଣ୍ଡରା ଗାଁର ଲୋକେ।

Advertisment

ଗତକାଲି ସନ୍ଧ୍ୟା ସମୟରେ ନିକଟ ଜଙ୍ଗଲକୁ ଏକ ଭାଲୁ ବାଲିବନ୍ଧ ଅଞ୍ଚଳକୁ ପଶି ଆସିଥିଲା। ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଥିଲା। ଲୋକମାନେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଓ ସ୍ଥାନୀୟ ଲୋକେ ଭାଲୁକୁ ନିଆଁ କୋହଳା ମାଧ୍ୟମରେ ନିକଟ ଜଙ୍ଗଲକୁ ଘୋଡ଼ାଇ ଦେଇଥିଲେ।

ଭାଲୁଟି ନିକଟ ଜଙ୍ଗଲରେ ରହୁଥିବାରୁ ଗାଁ ଭିତରକୁ ପୁଣି ପଶି ଆସିବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ସେଥିପାଇଁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

Advertisment
Bear Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe