ପ୍ରେମିକାର ହାତ, ଗୋଡ଼ ବାନ୍ଧି ଖୁଆଇଦେଲା ଗର୍ଭପାତ ଔଷଧ

ଯାହାର ପାଦ ତଳେ ନିଜର ସର୍ବସ୍ୱ ଉଜାଡ଼ି ଦେଇଥିଲେ, ସିଏ ବାହାହେଉଛନ୍ତି ଜାଣି ରେବୀଙ୍କ ଅକଲ୍‌ ଗୁଡ଼ୁମ ହୋଇଯାଇଥିଲା। ସେ ନିଜ ଛାତି ଭିତରେ ଜଳୁଥିବା କୋହକୁ ସମ୍ଭାଳି ପାରିନଥିଲେ। କ’ଣ କରିବେ? ଏପଟେ ଗର୍ଭରେ ବଢ଼ୁଥିବା ପିଲା ଖୋଜୁଛି ପରିଚୟ, ସେପଟେ ପରିଚୟ ଦେବା ଲୋକ ଦେଉଛି ଧୋକ୍କା।

Lover PhotoOR

ବାମରୁ ପ୍ରେମିକା ଓ ପ୍ରେମିକ

Manoranjan Sial
  • Published: Saturday, 17 June 2023
  • Updated: 17 June 2023, 09:42 PM IST

Sports

Latest News

ପବିତ୍ର ପ୍ରେମରେ ଲାଗିଛି କଳଙ୍କର ଛିଟା। ଭଲ ପାଇ ଠକିଦେଲା ଧୋକାବାଜ୍‌ ପ୍ରେମିକ। ବିବାହେବ ବୋଲି କହି ମାଆ ଛେଉଣ୍ଡ ନାବାଳିକା ଝିଅ ସହିତ ରଖିଲା ଶାରୀରିକ ସମ୍ପର୍କ। ପରେ ପ୍ରେମିକାଙ୍କ ହାତ ଓ ଗୋଡ଼ ବାନ୍ଧି ଖୁଆଇଦେଲା ଗର୍ଭପାତ ମେଡ଼ିସିନ୍‌। ଏପରି ଲୋମଟାଙ୍କୁରା ଓ ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଥିବା ବେଳେ ମେଡ଼ିକାଲ୍‌ ବେଡ୍‌ରେ ପ୍ରେମିକା।

ମାଆ ଛେଉଣ୍ଡ ରେବୀ(ଛଦ୍ମନାମ)। ବୟସ ୧୬ ବର୍ଷ। ବଡ଼ ଭଉଣୀ ବହାହୋଇ ଶାଶୂ ଘରକୁ ଚାଲିଥିଲେ। ବାପା କାମକୁ ଗଲା ପରେ ଏକାକୀ ଘରେ ରୁହନ୍ତି ରେବୀ। ଏହାରି ଭିତରେ ଡ଼ିମିରିଆ ଗାଁର ଚିନ୍ମୟ ମହନ୍ତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କେହି ନଥିବା ବେଳେ ଖରାବେଳିଆ ରେବୀଙ୍କ ଘରକୁ ଆସୁଥିଲା ଚିନ୍ମୟ। ଦୀର୍ଘ ଦୁଇ ବର୍ଷର ଏ ପ୍ରେମ ସମ୍ପର୍କ। ଆଉ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ରଖୁଥିଲା ଶାରୀରିକ ସମ୍ପର୍କ। ଏହାରି ଭିତରେ ରେବୀ ଗର୍ଭବତି ହୋଇଯାଇଥିଲେ।

Also Read

ମାଆ ହେବେ ବୋଲି ରେବୀ ଜାଣିବା ପରେ ବାହାହେବା ପାଇଁ ଚିନ୍ମୟଙ୍କ ପାଖରେ ଅଳି କରିଥିଲେ। କିନ୍ତୁ ଚାଲ୍‌ବାଜ୍‌ ପ୍ରେମିକ ଚିନ୍ମୟ ଚୁପ୍‌ ରହିଥିଲା। ଶେଷରେ କଥା ଯାଇ ପହଞ୍ଚିଥିଲା ଚିନ୍ମୟଙ୍କ ପରିବାର ଲୋକଙ୍କ ପାଖରେ। ସେମାନେ କିନ୍ତୁ ବାହାଘରକୁ ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ସେପଟେ କିନ୍ତୁ ଚୁପ୍‌ଚାପ୍‌ ଚିନ୍ମୟର ବାହାଘର ପାଇଁ ଝିଅ ଖୋଜିବାରେ ଲାଗି ପଡ଼ିଲେ। ଆଉ ଶେଷରେ ବାହାଘର ପାଇଁ ଝିଅ ଠିକ୍‌ ହୋଇଥିଲା। ଆସନ୍ତା ୩୦ ତାରିଖରେ ବାହାଘର କରିବା ପାଇଁ ନିର୍ବନ୍ଧ ସରିଥିଲା।

ଯାହାର ପାଦ ତଳେ ନିଜର ସର୍ବସ୍ୱ ଉଜାଡ଼ି ଦେଇଥିଲେ, ସିଏ ବାହାହେଉଛନ୍ତି ଜାଣି ରେବୀଙ୍କ ଅକଲ୍‌ ଗୁଡ଼ୁମ ହୋଇଯାଇଥିଲା। ସେ ନିଜ ଛାତି ଭିତରେ ଜଳୁଥିବା କୋହକୁ ସମ୍ଭାଳି ପାରିନଥିଲେ। କ’ଣ କରିବେ? ଏପଟେ ଗର୍ଭରେ ବଢ଼ୁଥିବା ପିଲା ଖୋଜୁଛି ପରିଚୟ, ସେପଟେ ପରିଚୟ ଦେବା ଲୋକ ଦେଉଛି ଧୋକ୍କା। ଏହି ଚିନ୍ତାରେ ରେବୀ ବୁଡ଼ି ରହିଥିବା ବେଳେ ସାମ୍ନାରେ ପ୍ରେମିକ ପ୍ରବର ଚିନ୍ମୟଙ୍କୁ ଦେଖିବାକୁ ପାଇଲେ। ସେତେବେଳେ ଘରେ କେହି ନଥିଲେ। ସେ ଦିନ ଥିଲା ଗତ ୭ ତାରିଖ। ବିଭିନ୍ନ ବାହାନା ରେବୀଙ୍କ ସହିତ କଥା ହୋଇଥିଲେ ଚିନ୍ମୟ।

ପୀଡ଼ିତାଙ୍କ କହିବା ଅନୁସାରେ କଥା ଛଳରେ ତାଙ୍କ କୁଣ୍ଢାଇ ପକାଇଥିଲେ। ପରେ ତାଙ୍କ ଦୁଇ ହାତ ଓ ଗୋଡ଼କୁ ବାନ୍ଧି ଦେଇଥିଲେ ଚିନ୍ମୟ। ତା’ପରେ ତାଙ୍କ ପାଟିକୁ ବନ୍ଦ କରିଦେଇଥିଲେ। ଆଉ ପାଖରେ ରଖିଥିବା ୫ଟି ଗର୍ଭପାତ ଔଷଧ ତାଙ୍କ ପାଟିରେ ଜବରଦସ୍ତି ପୂରାଇ ଦେଇଥିଲେ। ଏହା ପରେ କାନ୍ଦୁଥିଲେ ରେବୀ। ଚିତ୍କାର କରୁଥିଲେ। ହେଲେ ପ୍ରେମିକଙ୍କ କାନରେ ରେବୀଙ୍କ କାନ୍ଦ ପଡ଼ୁନଥିଲା। ପରେ ସେଠାରୁ ଚମ୍ପଟ ମାରିଥିଲା ଧୋକାବାଜ୍‌ ଚିନ୍ମୟ। ଲୋକ ଲଜ୍ଜ୍ୟା ଭୟରେ ସେ କାହାକୁ କହିନଥିଲେ।

ପାଖ ଗାଁକୁ କାମ କରିବାକୁ ଯାଇଥିବା ବାପା ସନ୍ଧ୍ୟା ବେଳେ ଘରକୁ ଫେରିଲେ। ତାଙ୍କ ପାଖରେ ସବୁ କଥା ରେବୀ କହିଥିଲେ। ଗତ ୧୩ ତାରିଖରେ ଏନେଇ ସେ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ହେଲେ ଏ ସମ୍ପର୍କରେ ଜାଣିପାରି ଚିନ୍ମୟ ଚମ୍ପଟ ମାରିଲା। ପୁଲିସ୍‌ ତାକୁ ଚାରିଆଡ଼େ ଖୋଜୁଛି। କିନ୍ତୁ ତା’ର ପତ୍ତା ପାଉନି।

ଶୁକ୍ରବାର ରାତି ଅସହ୍ୟ ଯନ୍ତ୍ରଣା ପାଇଥିଲେ ରେବୀ। ପେଟର ଯନ୍ତ୍ରଣା ତାଙ୍କୁ ଅଥୟ କରୁଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅତ୍ୟଧିକ ଗର୍ଭପାତ ଔଷଧ ସେବନ ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏପରି ହୋଇଥିବା ଡାକ୍ତର ଜାଣିପାରିଥିଲେ। ଏବେ ତାଙ୍କର ସେଠାରେ ଚିକତ୍ସା ଚାଲିଛି।

ମାମଲା ନେଇ କେନ୍ଦୁଝର ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ଏ ସମ୍ପର୍କରେ ଏକ ମାମଲା ଥାନାରେ ରୁଜୁ ହୋଇଛି। ପ୍ରେମିକ ଫେରାର ଅଛି। ତାକୁ ଧରିବା ପାଇଁ ଚେଷ୍ଟା ଚାଲୁଥିବା ଏସ୍‌ଡିପିଓ କହିଛନ୍ତି।

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story