Advertisment

ପଡ଼ୋଶୀ ରାଜ୍ୟରୁ ପଶି ଆସିଲେ ୨୩ ହାତୀ

କେନ୍ଦୁଝର (ପ୍ରଣୟ କୁମାର ପାଣି): ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଲୋକଙ୍କ ନିଦ ହଜାଇ ଦେଲାଣି। ଏହି ହାତୀପଲ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ବିଭିନ୍ନ ଗ୍ରାମରେ ଉତ୍ପାତ କରୁଥିବା ବେଳେ ବୈତରଣୀ ନଦୀ କୂଳରେ ଖରାଟିଆ ଧାନ ଫସଲକୁ ନଷ୍ଟ କରୁଛନ୍ତି। ଏ ନେଇ କେନ୍ଦୁଝର DFO ସୂଚନା ଦେଇଛନ୍ତି। ହାତୀ ପଲ ଚମ୍ପୁଆ ରେଞ୍ଜର ଯୋଡ଼ା ସେକ୍ସନ, ବାଲିବନ୍ଧ ସେକ୍ସନ ଓ ଚମ୍ପୁଆ ସେକ୍ସନ ଅଞ୍ଚଳରେ ରହି ଉତ୍ପାତ କରୁ ଥିବା […]

ପଡ଼ୋଶୀ ରାଜ୍ୟରୁ ପଶି ଆସିଲେ ୨୩ ହାତୀ

elepahant

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଲୋକଙ୍କ ନିଦ ହଜାଇ ଦେଲାଣି। ଏହି ହାତୀପଲ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ବିଭିନ୍ନ ଗ୍ରାମରେ ଉତ୍ପାତ କରୁଥିବା ବେଳେ ବୈତରଣୀ ନଦୀ କୂଳରେ ଖରାଟିଆ ଧାନ ଫସଲକୁ ନଷ୍ଟ କରୁଛନ୍ତି। ଏ ନେଇ କେନ୍ଦୁଝର DFO ସୂଚନା ଦେଇଛନ୍ତି।

Advertisment

ହାତୀ ପଲ ଚମ୍ପୁଆ ରେଞ୍ଜର ଯୋଡ଼ା ସେକ୍ସନ, ବାଲିବନ୍ଧ ସେକ୍ସନ ଓ ଚମ୍ପୁଆ ସେକ୍ସନ ଅଞ୍ଚଳରେ ରହି ଉତ୍ପାତ କରୁ ଥିବା ବେଳେ ବଡ଼ବିଲ ରେଞ୍ଜର ବିଲେଇପଦା ସେକ୍ସନ ଅଞ୍ଚଳରେ ଥିବା ପୁଟୁଗାଁ, କୁଦାପି, କାହ୍ନୁପୁର, ଦାମପୁର, କଣ୍ଡରା ଗ୍ରାମରେ ପଶି ମଧ୍ୟ ଉତ୍ପାତ କରୁଛନ୍ତି। ଖବର ପାଇ ବନ ବିଭାଗ ମଧ୍ୟ ତତ୍ପରତା ଦେଖାଇ ସେହି ଅଞ୍ଚଳରେ ୬୫ ଜଣ ଠିକା କର୍ମଚାରୀଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି।

ଆଜି ବିଭାଗ ପକ୍ଷରୁ ବହୁ ଚେଷ୍ଟା ପରେ ହାତୀ ପଲଙ୍କୁ କୁଦାପି ଗାଁ ନିକଟ ଜଙ୍ଗଲରେ ରଖିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ କେନ୍ଦୁଝର ବନ ଖଣ୍ଡରେ ୧୨୮ଟି ହାତୀ ରହିଛନ୍ତି। ଯାହା ଏବେ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe