Advertisment

ଗଛରେ ପିଟିହେଲା ବୋଲେରୋ; ୨ମୃତ,୨ ଗୁରୁତର

ଗତକାଲି ୪ଜଣ ବ୍ୟକ୍ତି ବିବାହ ଭୋଜିରେ ଯୋଗ ଦେବାକୁ ବୋଲେରୋ ଯୋଗେ ଝାରଖଣ୍ଡ ଯାଇଥିଲେ।

author-image
Tapaswini Nayak
Road Accident

Road Accident

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କୋଇଡ଼ା ଥାନା ଅନ୍ତର୍ଗତ କମଣ୍ଡୋ ଅଞ୍ଚଳର ବିନୋଦ ବାରିକ ଓ ନିଳାଦ୍ରି ଘଣା। ଅନ୍ୟ ୨ ଗୁରୁତର ଆହତଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ଗତକାଲି ୪ଜଣ ବ୍ୟକ୍ତି ବିବାହ ଭୋଜିରେ ଯୋଗ ଦେବାକୁ ବୋଲେରୋ ଯୋଗେ ଝାରଖଣ୍ଡ ଯାଇଥିଲେ। ବିଳମ୍ବିତ ରାତିରେ ସେମାନେ ନିଜ ଘର କମଣ୍ଡୋକୁ ଫେରୁଥିଲେ। ଏହି ସମୟରେ ରାମଚନ୍ଦ୍ରପୁର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଏକ ଶାଳ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ସ୍ଥନୀୟ ଲୋକେ ଅନ୍ୟ୨ଜଣ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଚମ୍ପୁଆ ପୋଲିସ ଦୁର୍ଘଟଣା ଗ୍ରସ୍ତ ବୋଲେରୋକୁ ଜବତ୍ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Keonjhar Road Accident , Odisha Police