Advertisment

ମୃତକଙ୍କ ସୁନା ଚେନ୍ ଲୁଟିନେଲେ କୋଭିଡ୍ ହସ୍ପିଟାଲ୍ କର୍ମଚାରୀ!

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ସଦର ବ୍ଲକ ପର୍ଜନପୁର ପଞ୍ଚାୟତର କୃଷ୍ଣଚନ୍ଦ୍ର ମାଝୀ କରୋନାରେ ସଂକ୍ରମିତ ହୋଇ ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଆଡମିସନ ହେବାର ୨ ଦିନ ପରେ ଅର୍ଥାତ ଗତ ମାସ ୧୮ ତାରିଖ ରାତି ୧୧ଟାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ସେ ସାଙ୍ଗରେ ଆଣିଥିବା ମୋବାଇଲ ଫୋନ ଏବଂ ବେକରେ ପିନ୍ଧିଥିବା ଚେନ୍ ମୃତ୍ୟୁ ପରେ ଗାଏବ ହୋଇ ଯାଇଥିଲା। ଏ ସଂପର୍କରେ କୃଷ୍ଣଚନ୍ଦ୍ରଙ୍କ ପୁତୁରା ଲକ୍ଷ୍ମୀଧର ମାଝୀ କେନ୍ଦୁଝର […]

ମୃତକଙ୍କ ସୁନା ଚେନ୍ ଲୁଟିନେଲେ କୋଭିଡ୍ ହସ୍ପିଟାଲ୍ କର୍ମଚାରୀ!

loot

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ସଦର ବ୍ଲକ ପର୍ଜନପୁର ପଞ୍ଚାୟତର କୃଷ୍ଣଚନ୍ଦ୍ର ମାଝୀ କରୋନାରେ ସଂକ୍ରମିତ ହୋଇ ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଆଡମିସନ ହେବାର ୨ ଦିନ ପରେ ଅର୍ଥାତ ଗତ ମାସ ୧୮ ତାରିଖ ରାତି ୧୧ଟାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ସେ ସାଙ୍ଗରେ ଆଣିଥିବା ମୋବାଇଲ ଫୋନ ଏବଂ ବେକରେ ପିନ୍ଧିଥିବା ଚେନ୍ ମୃତ୍ୟୁ ପରେ ଗାଏବ ହୋଇ ଯାଇଥିଲା।

Advertisment

ଏ ସଂପର୍କରେ କୃଷ୍ଣଚନ୍ଦ୍ରଙ୍କ ପୁତୁରା ଲକ୍ଷ୍ମୀଧର ମାଝୀ କେନ୍ଦୁଝର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟାଉନ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କୋଭିଡ ହସ୍ପିଟାଲର ଜଣେ କର୍ମଚାରୀ ରାହୁଲ ପ୍ରଧାନ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କ ସହିତ ମିଶି ମୃତକଙ୍କ ସୁନା ଚେନ, ମୋବାଇଲ ଫୋନ ଓ ନଗଦ ଟଙ୍କା ଚୋରି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

କୋଭିଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ବହୁ ମୃତକଙ୍କଠାରୁ ଅନେକ ସମୟରେ ବିଭିନ୍ନ ସାମଗ୍ରୀ ଲୁଟ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏହାର ଦାୟିତ୍ୱରେ ଥିବା ଉତ୍କଳ ହସ୍ପିଟାଲର ପଦାଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ଖଣ୍ଡନ କରି ଆସୁଥିଲେ। ତେବେ ଏନେଇ ଲକ୍ଷ୍ମୀଧର ମାଝୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ଏକ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରୀ ରଖିଥିଲେ।

Advertisment

ଆଜି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉତ୍କଳ କେୟାରର କର୍ମଚାରୀ ରାହୁଲ ପ୍ରଧାନଙ୍କ ସମେତ ତାର ସହଯୋଗୀ ଜଗନ୍ନାଥ ବାରିକ ଏବଂ ଜିମିନ୍ଦ୍ର ଦିଗଲକୁ ଗିରଫ କରି ତାଙ୍କଠାରୁ ଚୋରି ହୋଇଥିବା ମୋବାଇଲ ଫୋନ ଜବତ କରିଛି। ତେବେ ଅନ୍ୟ ମୃତକଙ୍କଠାରୁ ଚୋରୀ ହୋଇଥିବା ବିଭିନ୍ନ ସାମଗ୍ରୀ ଉଦ୍ଧାର ପାଇଁ ପୁଲିସ ଉଦ୍ୟମ ଚଳାଇଛି। କେନ୍ଦୁଝର ରାଙ୍କି ସ୍ଥିତ କୋଭିଡ୍ ମେଡିକାଲରେ ସିସିଟିଭି ଲଗାଯାଇ ରୋଗୀଙ୍କ ସହିତ ସେମାନଙ୍କ ସଂପର୍କୀୟ ମାନଙ୍କର ଭିଡିଓ ବାର୍ତ୍ତାଳାପ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe