Advertisment

ଝୁଣିବା ପରେ କାଜୁ ଜଙ୍ଗଲରେ ଭାଲୁ, ଦିନ ତମାମ ଜଗିଛି ବନ ବିଭାଗ

ଭାଲୁଟି କାଜୁ ଜଙ୍ଗଲରେ ରହିଥିବାରୁ ବନ ବିଭାଗର ଦୁଇଟି ଟିମ୍‌ ଦିନ ତମାମ ଜଗି ରହିଛି। ଭାଲୁର ଗତିବିଧି ଉପରେ ନଜର ରଖିଛି। ଉକ୍ତ ଗ୍ରାମ୍ୟ ଜଙ୍ଗଲକୁ ନଯିବା ପାଇଁ ଗାଁ ଲୋକଙ୍କୁ ପରାମର୍ଶ ଦେଇଛି।

Bear

Bear

Advertisment

ତିନି ଜଣଙ୍କୁ ଝୁଣିବା ପରେ ଗ୍ରାମ୍ୟ କାଜୁ ଜଙ୍ଗଲରେ ଲୁଚି ରହିଛି ଭାଲୁ। ଆଉ ସେପାଖେ ଭାଲୁକୁ ଜଗି ରହିଛି ବନ ବିଭାଗ। ଆଜି ସକାଳୁ ସକାଳୁ ଏପରି ଖବର କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରୁ ଆସିଛି। ଅନ୍ୟପକ୍ଷରେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ୩ ଜଣଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖିଲାରିପାଟ ନୂଆଗାଁର ବିରବଲ ମହାନ୍ତ ଆଜି ସକାଳେ ଗାଁ ମୁଣ୍ଡରେ ଥିବା ମହୁଲ ଗଛ ମୂଳରୁ ମହୁଲ ଫୁଲ ଗୋଟାଉ ଥିଲେ। ଠିକ୍‌ ସେହି ସମୟରେ ଗୋଟିଏ ଭାଲୁ ତାଙ୍କୁ ଛୁଣି ପକାଇଥିଲା। ପରେ ଭାଲୁଟି ସେହି ରାସ୍ତାରେ ସାଇକେଲ୍‌ରେ ଆସୁଥିବା ମଙ୍ଗୁଳୁ ବେହେରା ଓ ରାମଚନ୍ଦ୍ର ପାଇକା ବିରବଲ୍‌ଙ୍କୁ ଆକ୍ରମଣ କରିଥିଲା। ଫଳରେ ତିନି ଜଣ ଯାକ ଗୁରୁତର ଆହତ ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ପାଟଣା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପକ୍ଷରେ ଭାଲୁଟି ଆକ୍ରମଣ କରିବା ପରେ ଗାଁ ପାର୍ଶ୍ୱ କାଜୁ ଜଙ୍ଗଲକୁ ପଳାଇ ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ଖିଲାରିପାଟ ନୂଆଗାଁରେ ପହଞ୍ଚିଥିଲା ବନ ବିଭାଗ। ଭାଲୁଟି କାଜୁ ଜଙ୍ଗଲରେ ରହିଥିବାରୁ ବନ ବିଭାଗର ଦୁଇଟି ଟିମ୍‌ ଦିନ ତମାମ ଜଗି ରହିଛି। ଭାଲୁର ଗତିବିଧି ଉପରେ ନଜର ରଖିଛି। ଉକ୍ତ ଗ୍ରାମ୍ୟ ଜଙ୍ଗଲକୁ ନଯିବା ପାଇଁ ଗାଁ ଲୋକଙ୍କୁ ପରାମର୍ଶ ଦେଇଛି।

Advertisment

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Bear Attack Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe