Advertisment

ଅଟୋକୁ ଧକ୍କା ଦେଲା ବସ୍‌, ୩ ଆହତ

ଆଜି ସକାଳେ ଡ୍ରାଇଭର ଅର୍ଜୁନ ମୁସ୍ତଫା ଓ ହିକମତଙ୍କୁ ନେଇ ଅଟୋରେ ତେଲକୋଇ ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ହନୁମାନ୍ତିଆ ପୋଲ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଓ ବସ୍‌ ମଧ୍ୟରେ ଧକ୍କା ହେବାରୁ ୩ଜଣ ଆହତ ହୋଇଛନ୍ତି। ସେମାନେ ଅଟୋ ଡ୍ରାଇଭର ଚନ୍ଦ୍ରଶେଖର ପୁର ଗାଁର ଅର୍ଜୁନ ବାରିକ, ଝାରଡ଼ଖଣ୍ଡ ଅଞ୍ଚଳର ଶ୍ରମିକ ହିକମତ ଆନସାରୀ ଓ ମୁସ୍ତଫା ଆନସାରୀ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଡ୍ରାଇଭର ଅର୍ଜୁନ  ମୁସ୍ତଫା ଓ ହିକମତଙ୍କୁ ଅଟୋରେ ନେଇ ତେଲକୋଇ ଅଭିମୁଖେ ଯାଉଥିଲା। ଏହି ସମୟରେ ତେଲକୋଇରୁ ରାଉରକେଲା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ହନୁମନ୍ତିଆ ପୋଲ ନିକଟରେ ରଙ୍ଗ୍‌ ସାଇଡ୍‌ରେ ଆସି ଅଟୋକୁ ଧକ୍କା ଦେଇଥିଲା। ପରେ ବସ୍‌ଟି ସେଠାରୁ ପଳାଇଯାଇଥିଲା।

ଦୁର୍ଘଟଣାରେ ଅଟୋ ଡ୍ରାଇଭର ଓ ୨ ଜଣ ଶ୍ରମିକ ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକ ସହାୟତାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କର କିଛି ହୋଇନାହିଁ। ବସ୍‌ ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି ଭାଙ୍ଗି ରୁଜି ଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Keonjhar Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe